କନକ ବ୍ୟୁରୋ: ଗଂଜେଇରୁ କିପରି ତିଆରି ହୁଏ ସିଗାରେଟ । ଡେମୋ କରି ଦେଖାଇଲେ ଅଭିଯୁକ୍ତ । ଆଜି ଭୁବନେଶ୍ୱର ଆଚାର୍ଯ୍ୟ ବିହାର ପାଖରେ ଥିବା ବିଶେଶ୍ୱର ବସ୍ତିରେ ଅବକାରୀ ବିଭାଗ ଅତର୍କିତ ଚଢାଉ କରିଥିଲା । ଚଢାଉ ବେଳେ ୨ହଜାରରୁ ଅଧିକ ଗଂଜେଇ ସିଗାରେଟ ଓ ୧୫ କିଲୋ ଗଂଜେଇ ଜବତ କରିଛି ଅବକାରୀ ବିଭାଗ । ସିଗାରେଟ ତିଆରି ପାଇଁ ଆବଶ୍ୟକ ହେଉଥିବା ସମସ୍ତ ସାମଗ୍ରୀ ଜବତ କରାଯାଇଛି । ଗଂଜେଇରୁ ପୁଳା ପୁଳା ସିଗାରେଟ ପୁରାଇ ମାର୍କେଟକୁ ଛଡାଯାଉଥିଲ । ତେବେ ଗଂଜେଇରୁ କିଭଳି ସିଗାରେଟ ତିଆରି ହେଉଥିଲା ଅବକାରୀ ଇନ୍ସପେକ୍ଟରଙ୍କ ଆଗରେ ଡେମୋ ଦେଖାଇଛନ୍ତି ଦୁଇ ଅଭିଯୁକ୍ତ ।
ଗଂଜେଇରୁ କିପରି ତିଆରି ହୁଏ ସିଗାରେଟ ? ଡେମୋ ଦେଖାଇଲେ ଅଭିଯୁକ୍ତ
/kanak/media/post_attachments/wp-content/uploads/2021/01/31-24.jpg)