କନକ ବ୍ୟୁରୋ : ସେନାର ନିୟମିତ ଅପରେସନ ସତ୍ତ୍ବେ କଶ୍ମୀର ଘାଟିରେ ଏବେ ବି ପ୍ରାୟ ୨୦୦ରୁ ଅଧିକ ଆତଙ୍କବାଦୀ ସକ୍ରିୟ ଅଛନ୍ତି । ସୀମା ସେପଟେ ଥିବା ଲଞ୍ଚ୍ ପ୍ୟାଡରେ ଆଉ ପ୍ରାୟ ୨୫୦ ଆତଙ୍କବାଦୀ ଅନୁପ୍ରବେଶ ଅପେକ୍ଷାରେ ରହିଛନ୍ତି ବୋଲି ଜମ୍ମୁ ଓ କଶ୍ମୀର ପୋଲିସ ମହାନିର୍ଦ୍ଦେଶକ ଦିଲବାଗ୍ ସିଂ କହିଛନ୍ତି ।
ସେ କହିଛନ୍ତି ଯେ ଭାରତରେ ଅଶାନ୍ତି ଓ ଅସ୍ଥିରତା ସୃଷ୍ଟି କରିବାକୁ ପଡ଼ୋଶୀ ଦେଶର ଉଦ୍ୟମ ଜାରି ରହିଛି । କିନ୍ତୁ ଏହି ଷଡ଼ଯନ୍ତ୍ରକୁ ପଣ୍ଡ କରିବାକୁ ଭାରତୀୟ ସୁରକ୍ଷା ବାହିନୀ ସଂପୂର୍ଣ୍ଣ ପ୍ରସ୍ତୁତ ରହିଛି । ଗତ ବର୍ଷ ପରି ଏବର୍ଷ ମଧ୍ୟ ଆତଙ୍କବାଦୀଙ୍କ ସଂଖ୍ୟା ଦ୍ରୁତ ଗତିରେ ହ୍ରାସ ପାଇବ । ଆସନ୍ତା ଜୁନ ୨୮ରୁ ଆରମ୍ଭ ହେଉଥିବା ଅମରନାଥ ଯାତ୍ରା ସମ୍ପର୍କରେ ସେ କହିଛନ୍ତି ଯେ ଏହି ଯାତ୍ରା ଯେପରି ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ ହୁଏ ସେଥିଲାଗି ପୋଲିସ ସବୁ ପ୍ରକାରର ପ୍ରସ୍ତୁତି କରିବ ।
କିଛିଦିନ ତଳେ ଏକ ଗୁଇନ୍ଦା ରିପୋର୍ଟ ଆସିଥିଲା ଯେ, ପ୍ରାୟ ୮୦ ଜଣ ଆତଙ୍କବାଦୀ ଖାଇବର ପଖତୁନଖ୍ବାବାଠାରେ ଥିବା ଗାରି ହବିବୁଲ୍ଲା ଆତଙ୍କବାଦୀ ତାଲିମ କ୍ୟାମ୍ପରେ ଗତ ଜାନୁଆରି ଶେଷ ସପ୍ତାହରୁ ତାଲିମ ନେଉଛନ୍ତି । ତାଲିମ ଶେଷ ହେବା ପରେ ସେମାନଙ୍କୁ ଭାରତକୁ ଅନୁପ୍ରବେଶ ପାଇଁ ପଠାଯିବ । ଯାହାକୁ ନେଇ ଭାରତରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/03/Dilbag-Singh.jpg)