କନକ ବ୍ୟୁରୋ : ନୂଆ ବର୍ଷରେ ସୁନ୍ଦରଗଡରୁ ଆସିଲା ଅଭାବନୀୟ ଘଟଣା । ନୂଆ ବର୍ଷକୁ ନେଇ ସମସ୍ତେ ଖୁସି ମନାଉଥିବା ବେଳେ ସୁନ୍ଦରଗଡରେ ଭୋଜି ଖାଇ ଅନେକ ଲୋକ ଗୁରୁତର ହୋଇଥିବା ସୂଚନାରୁ ଜଣାପଡିଛି

Advertisment

ସୂଚନା ଅନୁସାରେ, ସୁନ୍ଦରଗଡର ସବଡେଗା ବ୍ଲକ୍ ଦେଓ ଗାଁରେ ଘଟିଛି ଏପରି ଅଭାବନୀୟ ଘଟଣା । ବାହାଘର ଭୋଜି ଖାଇ ଜଣଙ୍କର ମୃତ୍ୟୁ ହୋଇଛି, ଏହା ସହ ୨୦ରୁ ଅଧିକ ଗୁରୁତର ହୋଇଥିବା ଜଣାପଡିଛି । ସମସ୍ତ ଗୁରୁତରଙ୍କୁ ସୁନ୍ଦରଗଡ ମେଡିକାଲରେ ଭର୍ତ୍ତି କରାଯାଇଛି । ବିଶାକ୍ତ ଖାଦ୍ୟ ଖାଇ ଅସୁସ୍ଥ ହୋଇଥିବା ସୂଚନା ।