ରାଜ୍ୟରେ ଏବେ ସୁଦ୍ଧା ଦିଆଗଲାଣି ୨କୋଟିରୁ ଅଧିକ ଡୋଜ ଟିକା : ପୁରୁଷଙ୍କ ତୁଳନାରେ ମହିଳାଙ୍କ ଟିକାକରଣ ୫% କମ୍

ସେପଟେ ୧୪ ହିତାଧିକାରୀ ଦ୍ୱିତୀୟ ଡୋଜ ନେଇନଥିବା ସ୍ୱାସ୍ଥ୍ୟ ବିଭାଗର ସୂଚନା

82

କନକ ବ୍ୟୁରୋ : ରାଜ୍ୟରେ ଏବେ ସୁଦ୍ଧା ୨କୋଟିରୁ ଅଧିକ ଡୋଜ ଟିକା ଦିଆଗଲାଣି । ଏଥିରେ ପୁରୁଷଙ୍କ ତୁଳନାରେ ମହିଳାଙ୍କ ଟିକାକରଣ ପ୍ରତିଶତ କମ୍ ରହିଛି । କିଛି ଜିଲ୍ଲାରେ ଅଧିକ ସଂଖ୍ୟାର ମହିଳାମାନେ ପୁରୁଷଙ୍କ ତୁଳନାରେ ଟିକା ନେଇଛନ୍ତି । ତେବେ ରାଜ୍ୟରେ ଆଉ ୧୪ ଲକ୍ଷ ହିତାଧିକାରୀ ୨ ଦ୍ୱିତୀୟ ଡୋଜ ଅପେକ୍ଷାରେ ରହିଥିବା ଜଣାପଡ଼ିଛି ।

ସ୍ୱାସ୍ଥ୍ୟ ବିଭାଗରୁ ମିଳିଥିବା ସୂଚନା ଅନୁସାରେ ଗତ ୧୯ ତାରିଖ ସୁଦ୍ଧା ରାଜ୍ୟରେ ୨ କୋଟି ୩୧ ଲକ୍ଷ ୫୧ ହଜାର ୧୬୧ ଡୋଜ ଟିକା ଦିଆଯାଇଛି । ସେ ମଧ୍ୟରୁ ୧ କୋଟି ୬୬ ଲକ୍ଷ ୮ ହଜାର ୯୭୫ ଡୋଜ ଟିକା ପୁରୁଷମାନେ ନେଇଥିବା ବେଳେ ମହିଳାମାନେ ୯୬ ଲକ୍ଷ ୪୨ ହଜାର ୪୯ ଡୋଜ ଟିକା ନେଇଛନ୍ତି । ଗଞ୍ଜାମ ଗଜପତି, କୋରାପୁଟ, ନବରଙ୍ଗପୁର ଓ ରାୟଗଡ଼ା ଜିଲ୍ଲାରେ ପୁରୁଷଙ୍କ ତୁଳନାରେ ମହିଳାଙ୍କ ଟିକାକରଣ ଅଧିକ ରହିଛି । ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୨୫ ଲକ୍ଷରୁ ଅଧିକ ଏହା ପଛକୁ ଗଞ୍ଜାମରେ ୨୧ ଲକ୍ଷ କଟକରେ ୧୨ ଲକ୍ଷ ଡୋଜ ଦିଆଗଲାଣି ।