କନକ ବ୍ୟୁରୋ: ଆଉ ମାସକ ପରେ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା । ବିଶ୍ୱର ସର୍ବବୃହତ ମୁକ୍ତାକାଶ ଖୋଲାମଞ୍ଚରେ ଚାଲିବ କଂସ ରାଜୁତି । ଏନେଇ ପ୍ରଶାସନ ତରଫରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି । ତେବେ ବରଗଡ଼ ଧନୁଯାତ୍ରା ପାଇଁ ଆସନ୍ତା ୧ ତାରିଖରେ ଶୁଭସ୍ତମ୍ଭ ସ୍ଥାପନ ହେବ । ଆଉ ଏନେଇ ବରଗଡ଼ ଧନୁଯାତ୍ରା ସଭାପତି ତଥା ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ସୂଚନା ଦେଇଛନ୍ତି ।
ସବୁଠାରୁ ବଡ଼କଥା ହେଲା ଆସନ୍ତା ଡିସେମ୍ବର ୩୧ ତାରିଖରେ ହେବାକୁ ଥିବା ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରାରେ ଏଥର ୧୧୫ରୁ ଅଧିକ କଳାକାର ଦଳ ସାମିଲ ହୋଇପାରନ୍ତି । ଆଉ ଉଦଘାଟନୀ ଉତ୍ସବରେ ସାଂସ୍କୃତିକ ଶୋଭାଯାତ୍ରାରେ କମ୍ପିବ ପୂରା ବରଗଡ଼ । ଏପରିକି ଏହି ଉଦଘାଟନୀ ଉତ୍ସବରେ ୧୫ଶହ କଳାକାର ଯୋଗଦେବାର କାର୍ଯ୍ୟକ୍ରମ ରହିଥିବା ଜଣାପଡ଼ିଛି ।
ଅନ୍ୟପଟେ ୭୧ତମ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାରେ ଭୁବନେଶ୍ୱର ପ୍ରଧାନଙ୍କୁ କଂସ ଚରିତ୍ର ମିଳିଛି । ଆସନ୍ତା ଡିସେମ୍ବର ୩୧ ତାରିଖରୁ ଏହି ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ଆରମ୍ଭ ହୋଇ ଜାନୁୟାରୀ ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ । ଆଉ କଂସର ରାଜୁତିରେ ଥରହର ହେବ ମଥୁରା ନଗରୀ ବରଗଡ଼ । ତେବେ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାକୁ ନେଇ କେବଳ ଓଡ଼ିଶା ବାସୀ ନୁହେଁ ବରଂ ଦେଶର କୋଣଅନୁକୋଣର ଲୋକମାନେ ଉତ୍ସାହିତ ହୋଇଥିବା ଦେଖିବାକୁ ମିଳିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/11/DHANUYATRA.jpg)