ବାଙ୍କୀରେ ବୋମା ବିସ୍ଫୋରଣ: ଭେଡା ରାମଚନ୍ଦ୍ରପୁର ଗାଁରେ ବୋମାମାଡରେ ୧୫ରୁ ଅଧିକ ଆହତ

206

କନକ ବ୍ୟୁରୋ: ବାଙ୍କୀରେ ବୋମାମାଡ଼ । ବୋମାମାଡ଼ରେ ୧୫ରୁ ଅଧିକ ଲୋକେ ଆହତ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି । ବାଙ୍କୀ ଥାନା ଭେଡ଼ା ରାମଚନ୍ଦ୍ରପୁର ଗାଁରେ ଏହି ବୋମାମାଡ଼ ଘଟିଛି । ଦୁଇ ସାହି ମଧ୍ୟରେ ପୂର୍ବ ଶତ୍ରୁତାକୁ ନେଇ ବୋମାମାଡ଼ କରାଯାଇଥିବା ସୂଚନା ରହିଛି । ଆହତ ୧୫ ଜଣଙ୍କୁ ବାଙ୍କୀ ମେଡିକାଲରେ ଭର୍ତି କରାଯାଇଛି । ତେବେ ୨ ଗୁରୁତରଙ୍କୁ କଟକ ଏସସିବି ସ୍ଥାନାନ୍ତର କରାଯାଇଛି । ବୋମାମାଡ଼ର କାରଣ ଅସ୍ପଷ୍ଟ ଥିବା ବେଳେ ପୁଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ।