ଜନ୍ମଦିନ ଭୋଜିକୁ ଡାକି ୧୫ ଜଣଙ୍କୁ ଶିଶୁଙ୍କୁ ବନ୍ଧକ ରଖିଲା ଦୃବୁର୍ତ୍ତ । ଉଦ୍ଧାର କରିବାକୁ ପହଞ୍ଚିଲେ କମାଣ୍ଡୋ ।

430

ଉତ୍ତରପ୍ରଦେଶର ଜଣେ ବ୍ୟକ୍ତି ପ୍ରାୟ ୧୫କୁ ଅଧିକ ଶିଶୁ ଓ କେତେକ ମହିଳାଙ୍କୁ ଏକ ଘରେ ବନ୍ଦ କରି ରଖିଛି । ଏପରିକି ଉଦ୍ଧାର କରିବାକୁ କେହି ଗଲେ ଗୁଳି ଚଲାଉଛି ଦୃବୁର୍ତ୍ତ । ନିଶାଗ୍ରସ୍ତ ଅବସ୍ଥାରେ ଥିବା ଏହି ଯୁବକ ଜଣକ ବନ୍ଧୁକ ଦେଖାଇ ଧମକ ଦେଉଛି । ଏପରିକି ପୋଲିସ ମଧ୍ୟ ବନ୍ଧକଙ୍କୁ ଉଦ୍ଧାର କରିବାରେ ଫେଲ ମାରିଛି । ଫଳରେ ବନ୍ଧକଙ୍କୁ ଉଦ୍ଧାର କରିବାକୁ ଘଟଣାସ୍ଥଳରେ ଏଟିଏସର କମାଣ୍ଡୋ ପହଞ୍ଚିଛନ୍ତି । ଘର ମଧ୍ୟରୁ ମଝିରେ ମଝିରେ ଗୁଳିର ଶବ୍ଦ ଶୁଭୁଥିବା ବେଳେ ବଡ ଅଘଟଣର ଆଶଙ୍କା କରାଯାଉଛି ।

ଜନ୍ମଦିନ ପାଳନ କରିବାକୁ ସେ ପିଲାମାନଙ୍କୁ ଡାକି ତାଲା ପକାଇଦେଇଥିବା ଜଣାପଡ଼ିଛି । ତାକୁ ବୁଝାଇବାକୁ ଯାଇଥିବା ଗ୍ରାମର ମୁଖିଆଙ୍କ ଉପରକୁ ସେ ଗୁଳିଚଳାଇବାରୁ ସେ ଫେରିଆସିଛନ୍ତି । ବନ୍ଧକ ରଖିଥିବା ବ୍ୟକ୍ତିର ନାମ ସୁଭାଷ ଗୌତମ ଓ ତାହାର ପୂର୍ବରୁ ଅପରାଧିକ ପୃଷ୍ଠଭୂମି ଥିବା ଜଣାପଡ଼ିଛି ।

ଘଟଣାସ୍ଥଳରେ କମାଣ୍ଡୋ ପହଞ୍ଚିଥିଲେ ମଧ୍ୟ ଅପରେସନ ଆରମ୍ଭ କରାଯାଇନାହିଁ । ଆଲୋଚନା କରି ଦୃବୁର୍ତ୍ତଙ୍କୁ ବୁଝାଇବାକୁ ଚେଷ୍ଟା ଚାଲିଛି । କାରଣ ଯେହେତୁ ଦୃବୁର୍ତ୍ତ ଜଣକ ଛୋଟ ଛୁଆଙ୍କୁ ବନ୍ଧକ ରଖିଛି ତେଣୁ ଏହି ଅପରେସନ କରିବା କମାଣ୍ଡୋଙ୍କ ପାଇଁ ଏତେ ସହଜ ହେଉନାହିଁ । ପୋଲିସ ପୂରା ଘରକୁ ଚାରିପଟରୁ ଘେରି ରଖିଛି । ତେବେ ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ ଉଚ୍ଚସ୍ତରୀୟ ବୈଠକ ଡାକିଛନ୍ତି । ତେବେ ଅନ୍ଧାର କାରଣରୁ ଅପରେସନ କରିବାକୁ ଅସୁବିଧା ହେଉଥିବା ଜଣାପଡିଛି । ଏପରିକି ଏହି ଘଟଣା ବାବଦରେ ଏନଏସଜିକୁ ମଧ୍ୟ ସୂଚାଇ ଦିଆଯାଇଛି ।