ସିକ୍କିମ ବନ୍ୟାରେ ମୃତ୍ୟୁ ସଂଖ୍ୟା ୨୭ରେ ପହଞ୍ଚିଲା, ୨୨ ସୈନିକଙ୍କ ମଧ୍ୟରୁ ୪ଜଣଙ୍କ ମୃତଦେହ ମିଳିଲା, ଏବେବି ୧୪୨ ନିଖୋଜ

Advertisment
ସିକ୍କିମ ବନ୍ୟାରେ ମୃତ୍ୟୁ ସଂଖ୍ୟା ୨୭ରେ ପହଞ୍ଚିଲା, ୨୨ ସୈନିକଙ୍କ ମଧ୍ୟରୁ ୪ଜଣଙ୍କ ମୃତଦେହ ମିଳିଲା, ଏବେବି ୧୪୨ ନିଖୋଜ

କନକ ବ୍ୟୁରୋ: ଉତ୍ତର ସିକ୍କିମରେ ବାଦଲଫଟା ବର୍ଷା ଯୋଗୁଁ ଆସିଥିବା ପ୍ରଳୟଙ୍କରୀ ବନ୍ୟାରେ ମୃତ୍ୟୁ ସଂଖ୍ୟା ୨୭ ଛୁଇଁଛି । ଏବେବି ୧୪୦ରୁ ଅଧିକ ଲୋକ ନିଖୋଜ ଅଛନ୍ତି । ବନ୍ୟାରେ ଭାସିଯାଇଥିବା ସେନା ଯବାନଙ୍କ ମଧ୍ୟରୁ ଏଯାଏଁ ମାତ୍ର ୪ଜଣଙ୍କର ମୃତଦେହ ମିଳିଛି । ଏବେବି ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ଶୁକ୍ରବାର ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗ ଓ କୁଚ୍ଛ ବିହାରରୁ ୬ଟି ଶବ ମିଳିଛି । ଏହାସହ ମୃତ୍ୟୁ ସଂଖ୍ୟା ୨୭ରେ ପହଞ୍ଚିଛି । ସିକ୍କିମର ନାଚମି ଓ ପାକୟୋଙ୍ଗ ଜିଲ୍ଲାରୁ ମିଳିଥିବା ତାଜା ଖବର ମୁତାବକ, ନିଖୋଜ ବ୍ୟକ୍ତିଙ୍କ ତାଲିକା ଗୋଟିଏ ଦିନର ବୃଦ୍ଧିପାଇ ୧୪୨ରେ ପହଞ୍ଚିଛି । ଗୁରୁବାର ନିଖୋଜଙ୍କ ସଂଖ୍ୟା ୭୮ଥିବାବେଳେ ଏଥିରେ ବୃଦ୍ଧି ହୋଇଥିବ ଜଣାପଡିଛି ।
ସିକ୍କିମ ସରକାରଙ୍କ କହିବା ମୁତାବକ, ବାଦଲଫଟା ବର୍ଷା ହେବାରୁ ବିଶାଳ ହିମଖଣ୍ଡ ସବୁ ଖସିଆସି ହ୍ରଦରେ ମରିଥିବାରୁ ବନ୍ୟା ଜଳ ହଠାତ୍ ଅସମ୍ଭବ ଭାବେ ବଢିଯାଇ କୂଳ ଲଂଘନ କରିଥିଲା । ଏଥିରେ ଅନେକ ଘର ଦ୍ୱାର ଭାସିଯାଇଛି ।

ବନ୍ୟାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କରିଛନ୍ତି ସିକ୍କିମ ସରକାର । ଏହାସହ କ୍ଷତିଗ୍ରସ୍ତଙ୍କୁ ତୁରନ୍ତ ୨୦୦୦ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଦିଆଯିବା ସହ ସେମାନଙ୍କୁ ସୁରକ୍ଷିତ ସ୍ଥାନରେ ଶିବରରେ ରଖାଯାଇଛି । ଏହି ପ୍ରାକୃତିକ ବିପର୍ଯ୍ୟୟରେ ପାଖାପାଖି ୨୫୦୦ ଲୋକ ବାସହୀନ ହୋଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe