କନକ ବ୍ୟୁରୋ : ଗତ ୫ବର୍ଷ ମଧ୍ୟରେ ସଂରକ୍ଷିତ ବର୍ଗର ୧୩ ହଜାର ଛାତ୍ର ଛାତ୍ରୀ ଦେଶର ଆଇଆଇଟି ଓ ଆଇଆଇଏମରୁ ପାଠ ଛାଡି ପଳାଇଯାଇଛନ୍ତି । ସୋମବାର ଦିନ ଲୋକସଭାରେ ଏନେଇ ସୂଚନା ଦିଆଯାଇଛି । ଲୋକସଭାର ବିଏସପି ସାଂସଦ ରିତେଣ ପାଣ୍ଡେଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ର ଶିକ୍ଷା ରାଜ୍ୟମନ୍ତ୍ରୀ ସୁଭାଷ ସରକାର ସୂଚନା ଦେଇଛନ୍ତି ।

Advertisment

ମନ୍ତ୍ରୀ ତାଙ୍କ ଉତ୍ତରରେ କହିଛନ୍ତି କି, ଗତ ୫ ବର୍ଷ ମଧ୍ୟରେ ଏହି ଦୁଇଟି ଇନଷ୍ଟିଚ୍ୟୁଟରୁ ଓବିସି ବର୍ଗର ୪୫୯୬, ଏସସି ବର୍ଗର ୨୪୨୪ ଓ ଏସଟି ବର୍ଗର ୨୬୨୨ ଜଣ ଛାତ୍ର ଛାତ୍ରୀ ଅଧାର ପାଠ ଛାଡି ପଳାଇଯାଇଛନ୍ତି । ସେମାନଙ୍କ ମଧ୍ୟରୁ ଆଇଆଇଟିରେ ଓବିସି ବର୍ଗର ୨୦୬୬, ଏସସି ବର୍ଗର ୧୦୬୮ ଓ ଏସଟି ବର୍ଗର ୪୦୮ ଜଣ ଛାତ୍ର ଛାତ୍ର ପାଠ ପଢା ଛାଡି ପଳାଇଛନ୍ତି । ସେହିଭଳି ଆଇଆଇଏମରେ କ୍ରମଶଃ ୧୬୩,୧୮୮ ଓ ୯୧ ଛାତ୍ର ଛାତ୍ରୀ ପାଠ ପଢା ଛାଡି ପଳାଇଛନ୍ତି । ସଂରକ୍ଷିତ ବର୍ଗର ମୋଟ ୧୩,୬୦୦ରୁ ଅଧିକ ଛାତ୍ରଛାତ୍ରୀ ଏହି ଦୁଇଟି ଇନଷ୍ଟିଚ୍ୟୁଟରୁ ପାଠ ଛାଡି ପଳାଇଛନ୍ତି ।

ଏନେଇ ସରକାର ତାଙ୍କ ସଫେଇରେ କହିଛନ୍ତି କି ଉଚ୍ଚଶିକ୍ଷା କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କ ପାଖରେ ଅନେକ ବିକଳ୍ପ ଥାଏ । ସେମାନେ ଗୋଟିଏ ସଂସ୍ଥାରୁ ଅନ୍ୟ ସଂସ୍ଥାକୁ ନିଜର ବିକଳ୍ପ ଭାବେ ଚୟନ କରିଥାନ୍ତି ।