ସାପ କାମୁଡିବାରୁ ଭଲ ହେବା ପାଇଁ ଢାଳିଲେ ପାଣି । ୩ ଘଂଟା ଧରି ଗରା ଗରା ପାଣିରେ ଗାଧୋଇଲେ ମହିଳା । ନିଆଳିରେ ସାପ କାମୁଡିବା ପରେ ମହିଳାଙ୍କ ଉପରେ ଢଳାଗଲା ପାଣି

1,948

କନକ ବ୍ୟୁରୋ: ମନ୍ଦିର କଡରେ ବସିଛନ୍ତି ମହିଳା । ତାଙ୍କ ଉପରେ ଢଳାଯାଉଛି ଗରା ପରେ ଗରା ପାଣି । ୩ ଘଂଟାରେ ଢଳାଯାଇଛି ହଜାରେ ଗରା ପାଣି । ଯେଉଁ କାରଣ ପାଇଁ ମହିଳାଙ୍କ ଉପରେ ଏ ପାଣି ଢଳାଯାଇଛି ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । କଟକ ଜିଲ୍ଲା ନିଆଳି ବ୍ଲକର ଗୁଣ୍ଡର ଗାଁର ଶାନ୍ତି ମହାନ୍ତି ନାମକ ଜଣେ ମହିଳା ମନ୍ଦିରକୁ ଯିବା ସମୟରେ ସାପ କାମୁଡାର ଶିକାର ହୋଇଥିଲେ । ଏହାକୁ ଭଲ କରିବାକୁ ପରିବାର ଲୋକେ ତାଙ୍କୁ ପ୍ରଥମେ ଗାଁ ମଝିରେ ଥିବା ଆର୍ତତ୍ରାଣ ଗାଦିବ୍ରହ୍ମ ମନ୍ଦିରକୁ ନେଇଥିଲେ ।

ମନ୍ଦିର ବାହାରେ ବସାଇ ତାଙ୍କ ଉପରେ ହଜାରେ ଗରା ପାଣି ଢାଳିଛନ୍ତି । ଲୋକଙ୍କ ବିଶ୍ୱାସ ରହିଛି ଏପରି କଲେ ଠାକୁରଙ୍କ ଆଶୀର୍ବାଦରେ ସାପକାମୁଡା ଭଲ ହୋଇଯାଇଥାଏ । ଏତିକିରେ ପରିବାର ଲୋକଙ୍କ ମନ ବୁଝିନଥିଲା । ସାପ କାମୁଡାର ଶିକାର ହୋଇଥିବା ମହିଳାଙ୍କୁ ଝଡାଫୁଙ୍କା ବି କରାଇଛନ୍ତି । ଏହା ମଧ୍ୟରେ ସାପ କାମୁଡାର ଶିକାର ହୋଇଥିବା ମହିଳାଙ୍କ ଗୋଡ ଫୁଲିବାରେ ଲାଗିଲାଣି । ତଥାପି ତାଙ୍କୁ ଡାକ୍ତରଖାନାକୁ ନେଉ ନାହାନ୍ତି । ବିଜ୍ଞାନ ଯୁଗରେ ଏପରି ଅନ୍ଧବିଶ୍ୱାସ ସ୍ଥାନୀୟ ଅଂଚଳରେ ଚର୍ଚାର ବିଷୟ ହୋଇଛି ।