ଦଶରଥପୁରର ୧୦ନଂ ବୁଥରେ ୧୦୦%ରୁ ଅଧିକ ଭୋଟିଂ ! ବୁଥରେ ଭୋଟର ସଂଖ୍ୟା ୨୪୪, ଭୋଟ ପଡିଛି ୨୫୦

Advertisment
ଦଶରଥପୁରର ୧୦ନଂ ବୁଥରେ ୧୦୦%ରୁ ଅଧିକ ଭୋଟିଂ ! ବୁଥରେ ଭୋଟର ସଂଖ୍ୟା ୨୪୪, ଭୋଟ ପଡିଛି ୨୫୦

କନକ ବ୍ୟୁରୋ : ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ଯାଜପୁରର ଦଶରଥପୁର ୧୦ ନମ୍ବର ବୁଥରେ ଶହେ ପ୍ରତିଶତରୁ ଅଧିକ ପଡ଼ିଛି ଭୋଟ । ଦୁଦୁରଆନ୍ତା ପଂଚାୟତର ବୁଥରେ ଶତ ପ୍ରତିଶତରୁ ଅଧିକ ଭୋଟିଂ ହୋଇଥିବା ଜଣାପଡ଼ିଛି । ଭୋଟର ତାଲିକାରେ ଥିଲା ୨୪୪ ଜଣଙ୍କ ନାଁ । ହେଲେ ଭୋଟ ପଡ଼ିଲା ୨୫୦ । ଯାହାକି ୧୦୨ ଦଶମିକ ୪୬ ପ୍ରତିଶତ । ଏହାକୁ ନେଇ ପଂଚାୟତରେ ଅସନ୍ତୋଷ ପ୍ରକାଶ ପାଇଛି ।

ସେପଟେ, ଯାଜପୁରରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡାକଡି କରାଯାଇଛି । ପୂର୍ବ ଅପେକ୍ଷା ଚତୁର୍ଥ ପର୍ଯ୍ୟାୟରେ ୪ ପ୍ଲାଟୁନ୍ ଅଧିକ ଫୋର୍ସ ମୁତୟନ କରାଯାଇଛି । ଏ ନେଇ ରାଜ୍ୟ ନିର୍ବାଚନ କମିସନଙ୍କ ସଚିବ ସୂଚନା ଦେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe