ପରିକ୍ରମା ପ୍ରକଳ୍ପ ଦେଖିବାକୁ ଜମୁଛି ଭିଡ଼ । ପ୍ରତିଦିନ ପୁରୀ ଆସୁଛନ୍ତି ୧୦ ହଜାରରୁ ଅଧିକ ଶ୍ରଦ୍ଧାଳୁ ।

134

କନକ ବ୍ୟୁରୋ: ପରିକ୍ରମା ପ୍ରକଳ୍ପ ଦେଖିବାକୁ ଜମୁଛି ଭିଡ଼ । ପ୍ରକଳ୍ପକୁ ଦେଖିବାକୁ ପ୍ରତିଦିନ ୧୦ ହଜାରରୁ ଅଧିକ ଶ୍ରଦ୍ଧାଳୁ ଆସୁଛନ୍ତି । ସୋମବାର ଠାରୁ ପର୍ଯ୍ୟାୟକ୍ରମେ ବିଭିନ୍ନ ଜିଲ୍ଲାରୁ ଶ୍ରଦ୍ଧାଳୁମାନଙ୍କୁ ମହାପ୍ରଭୁଙ୍କ ଦର୍ଶନ ଓ ପରିକ୍ରମା ପ୍ରକଳ୍ପ ପରିକ୍ରମଣ କରାଯାଉଛି । ପ୍ରଥମ ଦିନରେ ଗଞ୍ଜାମ, ମୟୂରଭଞ୍ଜ, କଟକ ଓ କେନ୍ଦ୍ରାପଡ଼ା ଜିଲ୍ଲାର କିଛି ଅଞ୍ଚଳର ଜନସାଧାରଣ ଆସିଥିଲେ । ଦ୍ୱିତୀୟ ଦିନରେ ଦେବଗଡ଼, କଟକ ସଦର, ସମ୍ବଲପୁର, ବାଲେଶ୍ୱର ଏବଂ ଗଞ୍ଜାମ ଜିଲ୍ଲାରୁ ଶ୍ରଦ୍ଧାଳୁ ଆସିଛନ୍ତି । ଏଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଶ୍ରଦ୍ଧାଳୁଙ୍କୁ ନେଇ ଆସୁଥିବା ବସ୍ ଗୁଡ଼ିକ ବୀରହରେକୃଷ୍ଣପୁର ଡାହାଣ ପାଶ୍ୱର୍ରେ ଯାଇ ସମଙ୍ଗ ପାର୍କିଂ ସ୍ଥଳରେ ପହଞ୍ଚିବା ପରେ ସେଠାରୁ ବସ୍ ଯୋଗେ ଶ୍ରୀସେତୁ ଦେଇ ଜଗନ୍ନାଥ ପିଲଗ୍ରିମ ସେଣ୍ଟରକୁ ନିଆଯାଇଥିଲା । ସେଠାରୁ ଶ୍ରୀମାର୍ଗ ଦେଇ ମହାପ୍ରଭୁଙ୍କୁ ଦର୍ଶନ ଓ ପରିକ୍ରମା ପ୍ରକଳ୍ପ ପରିକ୍ରମଣ କରାଯାଉଛି । ଜାନୁଆରୀ ୧୭ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଲୋକାର୍ପିତ ହୋଇଥିଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ।