ପିପିଲି ଫଳାଫଳ : ୧୦ ରାଉଣ୍ଡ ସୁଦ୍ଧା ୧୦ ହଜାର ଭୋଟରେ ଆଗୁଆ ବିଜେଡି ।

156

କନକ ବ୍ୟୁରୋ : ପିପିଲିରେ ୧୦ ହଜାର ଭୋଟ ଆଗରେ ବିଜେଡି । ପିପିଲି ଆସନ ପାଇଁ ଭୋଟ ଗଣତି ହେଉଥିବା ବେଳେ ଦଶମ ରାଉଣ୍ଡ ସୁଦ୍ଧା ୧୦ ହଜାର ଭୋଟ ଆଗରେ ରହିଛନ୍ତି ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀ । ୧୦ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ୩୬୭୬ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ୨୬୦୭ ଖଣ୍ଡ ଭୋଟ ପାଇଛନ୍ତି । ସେହିଭଳି କଂଗ୍ରେସ ପ୍ରାର୍ଥୀଙ୍କୁ ମିଳିଛି ମାତ୍ର ୧୪୩ ଖଣ୍ଡ ଭୋଟ ।

୧୦ମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀ ୩୮୫୮୯ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ୨୮୧୩୮ଟି ଭୋଟ ପାଇଛନ୍ତି । ସେହିଭଳି କଂଗ୍ରେସ ପ୍ରାର୍ଥୀ ଏଯାବତ୍ ୨୪୨୪ଟି ଭୋଟ ପାଇଛନ୍ତି । ୧୦ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ୧୦୪୫୧ ଖଣ୍ଡ ଭୋଟରେ ଆଗୁଆ ରହିବା ସହ ବିଜୟର ନିକଟତର ହେଉଛନ୍ତି । ଆହୁରି ୧୪ ରାଉଣ୍ଡ ଗଣତି ବାକି ଥିବା ବେଳେ କାହା ସପକ୍ଷରେ ଫଳାଫଳ ଯିବ ତାହାର ଆକଳନ କରିବା ଏବେ କଷ୍ଟକର । ଅନ୍ୟପଟେ ୧୦ ରାଉଣ୍ଡ ସୁଦ୍ଧା ବିଜେଡି ଆଗୁଆ ଥିବା ବେଳେ ବିଜେଡି କର୍ମୀ ମାନେ ବାଣ ଫୁଟାଇ ଉତ୍ସବ ପାଳିଛନ୍ତି ।

ପଞ୍ଚାୟତ ନିର୍ବାଚନ ପୂର୍ବରୁ ସବୁ ଦଳ ପାଇଁ ପିପିଲି ଫଳାଫଳ ସାଜିଛି ଏସିଡ଼ ଟେଷ୍ଟ  । ରୁଦ୍ର ମହାରଥୀ, ଆଶ୍ରିତ ପଟ୍ଟନାୟକ ଓ ବିଶ୍ୱକେଶନ ହରିଚନ୍ଦନଙ୍କ ମଧ୍ୟରେ ଟକ୍କର ହୋଇଥିବା ବେଳେ  କିଏ ମାରିବ ମାରିବ ବାଜି, ରହିଛି ସମସ୍ତଙ୍କ ନଜର  । ଭୋଟ ଗଣତି ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି  ।  ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଭିତରେ ୧୪ଟି ଟେବୁଲରେ ୨୪ ରାଉଣ୍ଡ ଗଣତି ଚାଲିଛି  । ଆଉ ଏଥିପାଇଁ ୬୨ ଅଧିକାରୀ ନିୟୋଜିତ ହୋଇଛନ୍ତି ।