କନକ ବ୍ୟୁରୋ: ଫସଲ ବୀମା ପାଇଁ ଏକତ୍ରିତ ହେଲେ ୧୦ ହଜାରରୁ ଅଧିକ ଚାଷୀ । ବୀମା କମ୍ପାନି ଓ ସରକାରଙ୍କ ବିରୋଧରେ ରାଜବୋଡ଼ାସମ୍ବର କୃଷକ ସଂଗଠନ ପକ୍ଷରୁ ପଦ୍ମପୁରରେ ବିଶାଳ ଚାଷୀ ସମାବେଶ ହୋଇଛି । ଏଥିରେ ହଜାର ହଜାର ଚାଷୀ ଏକାଠି ହୋଇ ପଦ୍ମପୁର ଗୋରୁ ବଜାରରୁ ବିଶାଳ ରାଲି କରିଛନ୍ତି । ଜମିକୁ ଜଳସେଚନ, ବୀମା, ଇନପୁଟ ସହାୟତା, ବିଦ୍ୟୁତ୍ ବିଲ, କୃଷିରୁଣ ଛାଡ଼, ଶୀତଳ ଭଣ୍ଡାର ପ୍ରତିଷ୍ଠା, ଆଦର୍ଶ ମଣ୍ଡି ଖୋଲିବା ଦାବି ଭଳି ୧୨ ଦଫା ଦାବି ନେଇ ଚାଷୀ ସଂଗଠନ ପ୍ରତିବାଦ କରିଛି ।
ଏହି ସମାବେଶରେ ପଶ୍ଚିମ ଓଡ଼ିଶାର ୧୦ଟି ଚାଷୀ ସଂଗଠନ ଯୋଗଦେଇଥିଲେ । ୨୦୨୧ରେ ବର୍ଷା କାରଣରୁ ଫସଲ ନଷ୍ଟ ହେଲା ଲୋକେ କ୍ଷତିଗ୍ରସ୍ତ ହେଲେ । ଚାଷୀ ମାନେ ଫସଲ ବୀମା ପାଇଁ ପ୍ରିମିୟମ ଜମା କରିଥିଲେ ହେଲେ ବିଭିନ୍ନ ଆଳ ଦେଖାଇ ଚାଷୀଙ୍କୁ କ୍ଷତିପୁରଣ ମିଳୁନାହିଁ । ପ୍ରଶାସନିକ ଅଧିକାରୀ ଓ ବୀମା କମ୍ପାନୀକୁ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ କୌଣସି ଫଳପ୍ରଦ ହେଉନାହିଁ । ଏହାର ପ୍ରତିବାଦରେ ଆଜି ୧୦ ହଜାରରୁ ଅଧିକ ଚାଷୀ ପଦ୍ମପୁର ସହରର ଗୋରୁ ବଜାର ଠାରେ ମେଳି ବାନ୍ଧିଛନ୍ତି । ବାଜା ବଜାଇ, ନାମ ସଂକିର୍ତନ କରି ନିଆରା ପ୍ରତିବାଦ କରିଛନ୍ତି ଚାଷୀ ।
Follow Us