କନକ ବ୍ୟୁରୋ: ଶ୍ରୀମନ୍ଦିର ହୁଣ୍ଡିରୁ ବାହାରିଲା ୧ କିଲୋରୁ ଅଧିକ ସୁନା । ଆଜି ହୁଣ୍ଡିରୁ ବାହାରିଲା ୧ କିଲୋ ୮୦୦ ମିଲିଗ୍ରାମ ସୁନା । ପ୍ରଥମଥର ପାଇଁ ଶ୍ରୀମନ୍ଦିର ହୁଣ୍ଡିରୁ ଏତେ ପରିମାଣର ସୁନା ବାହାରିଥିବା କୁହାଯାଉଛି । ତେବେ କିଏ ସେହି ଭକ୍ତ, ଯିଏ ଏହି ସୁନା ଦାନ କରିଛନ୍ତି, ତାହା ଜଣାପଡ଼ିନାହିଁ । କୁହାଯାଉଛି, ଆଜି ଦିନସାରା ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ଼ ଲାଗି ରହିଥିଲା । ଭିଡ଼ ଭିତରର ଫାଇଦା ଉଠାଇ କେହି ଜଣେ ଭକ୍ତ ଏହି ଦାନ କରିଥିବା କୁହାଯାଉଛି ।
ଶ୍ରୀମନ୍ଦିର ହୁଣ୍ଡିରୁ ବାହାରିଲା ୧ କେଜିରୁ ଅଧିକ ସୁନା: ପ୍ରଥମଥର ପାଇଁ ଶ୍ରୀମନ୍ଦିର ହୁଣ୍ଡିରୁ ଏତେ ପରିମାଣର ସୁନା ବାହାରିଥିବା ସୂଚନା
/kanak/media/post_attachments/wp-content/uploads/2024/05/43-8.jpg)
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)