ଗତକାଲି ବାରଣାସୀରୁ ପ୍ରାର୍ଥୀପତ୍ର ଦାଖଲ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରାର୍ଥୀପତ୍ର ଦାଖଲ କରିବା ପୂର୍ବରୁ ବିଶାଳ ରୋଡ ସୋ’ରେ ଆସିଥିଲେ ମୋଦି । ଯାହାକୁ ନେଇ ଆମ୍ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ଏବଂ ରାଷ୍ଟ୍ରୀୟ ପ୍ରବକ୍ତା ସଞ୍ଜୟ ସିଂହ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି । ମୋଦୀ କାଶୀରେ ନାମାଙ୍କନ ପତ୍ର ଦାଖଲ କରିବା ସମୟରେ ନିର୍ବାଚନର ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରିଛନ୍ତି । ମୋଦୀ ନିର୍ଦ୍ଧାରିତ ହୋଇଥିବା ସୀମାରୁ ଗୋଟେ ଦିନରେ ହିଁ ୧କୋଟି ୨୭ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା କହିଛନ୍ତି ସଞ୍ଜୟ ସିଂହ ।
ତାଙ୍କ ଅଭିଯୋଗ ଅନୁଯାୟୀ,ଚାଟାର୍ଡ ପ୍ଲେନରେ ଲୋକ ଆସିବା ସହ ବାରଣାସୀର ସବୁ ବଡ଼ ବଡ଼ ହୋଟେଲରେ ବିଜେପି ସମର୍ଥକମାନେ ରହିଥିଲେ । ମଧ୍ୟାହ୍ନ ଭୋଜନର ହଜାର ହଜାର ପ୍ୟାକେଟ ବଣ୍ଟା ଯାଇଥିଲା । ସୋସିଆଲ ମିଡିଆ ଏବଂ ଷ୍ଟେଜ୍ ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇଥିଲା । ଏ ସବୁ କରି ସେ କେବଳ ଜନତାଙ୍କୁ ନିଜ ଆଡ଼କୁ କରିବା ପାଇଁ ଚେଷ୍ଟା କରୁଥିବା କହିଛନ୍ତି ସଞ୍ଜୟ ସିଂହ । ନିର୍ବାଚନ କମିସନଙ୍କୁ ଅଭିଯୋଗ କରି ସଞ୍ଜୟ ସିଂହ ଖର୍ଚ୍ଚର ସବୁ ତଥ୍ୟ ଦେଇଥିବା ଜଣାପଡ଼ିଛି । ଏହା ସହ ମୋଦୀଙ୍କ ନାମାଙ୍କନ ରଦ୍ଦ କରିବାକୁ ସେ ଦାବି କରିଛନ୍ତି ।