ଆଠଗଡରେ ଦିନ ଦ୍ୱିପ୍ରହରରେ ଲୁଟ୍ । ବନ୍ଧୁକ ଦେଖାଇ ଭ୍ୟାନରୁ ଦେଢ କୋଟିରୁ ଅଧିକ ଟଙ୍କା ଲୁଟିନେଲେ ମୁଖାପିନ୍ଧା ଦୁବୃର୍ତ୍ତ ।

ଆଠଗଡରେ ଦିନ ଦ୍ୱିପ୍ରହରରେ ଲୁଟ୍ । ବନ୍ଧୁକ ଦେଖାଇ ଭ୍ୟାନରୁ ଦେଢ କୋଟିରୁ ଅଧିକ ଟଙ୍କା ଲୁଟିନେଲେ ମୁଖାପିନ୍ଧା ଦୁବୃର୍ତ୍ତ ।

କନକ ବ୍ୟୁରୋ : ଦିନ ଦ୍ୱିପ୍ରହରରେ ଟଙ୍କା ଲୁଟ୍ । ଆଠଗଡରୁ ବନ୍ଧୁକ ଦେଖାଇ ଦେଢ କୋଟିରୁ ଅଧିକ ଟଙ୍କା ଲୁଟ୍ ହୋଇଥିବା ନେଇ ସୂଚନା ମିଳିଛି । ଟଙ୍କା ଭର୍ତ୍ତି ଭ୍ୟାନକୁ ଅଟକାଇ ବନ୍ଧୁକ ମୁନରେ ଦେଢ କୋଟି ଟଙ୍କା ଲୁଟ୍ କରିଛନ୍ତି ଦୁବୃର୍ତ୍ତ । ୭ରୁ ୮ ଜଣ ମୁଖା ପିନ୍ଧା ଦୁବୃର୍ତ୍ତ ସ୍କୋର୍ପିଓ ଓ ସ୍କୁଟିରେ ଆସି ବନ୍ଧୁକ ଦେଖାଇ ଭ୍ୟାନ୍ ଅଟକାଇବା ପରେ ଦେଢ କୋଟିରୁ ଅଧିକ ଟଙ୍କା ଲୁଟି ନେଇଥିବା ସୂଚନା ମିଳିଛି ।

ମିଳିଥିବା ସୂଚନା ମୁତାବକ, ବିଭିନ୍ନ ଏଟିଏମରେ ଟଙ୍କା ଭର୍ତ୍ତି କରିବାକୁ ଭ୍ୟାନରେ ଅଣାଯାଉଥିଲା । ଲୁଟ୍ ପୂର୍ବରୁ ଭ୍ୟାନରେ ପ୍ରଥମେ ପଥର ବାଜିଥିଲା, କେହି କିଛି ଭାବିବା ପୂର୍ବରୁ ଏକ ସ୍କୋର୍ପିଓ ଓ ସ୍କୁଟି ଗାଡି ସାମ୍ନାକୁ ଆସିଯାଇଥିଲା । ପରେ ମୁଖା ପିନ୍ଧା ଦୁବୃର୍ତ୍ତ ମାନେ ବନ୍ଧୁକ ଦେଖାଇ ଟଙ୍କା ଭର୍ତ୍ତି ଟ୍ରଙ୍କ୍ ଲୁଟି ନେଇଥିଲେ । ସମସ୍ତ ଦୁବୃର୍ତ୍ତ ଓଡ଼ିଆରେ କଥା ହେଉଥିବା କହିଛନ୍ତି ଭ୍ୟାନରେ ଥିବା କର୍ମଚାରୀ । ଲୁଟ୍ ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି । ଉଭୟ ତିଗିରିଆ ଓ ଆଠଗଡ ପୋଲିସ ତନାଘନା ଜାରି ରଖିଛନ୍ତି । ପୋଲିସର ଏକ ଟିମ୍ ସ୍କୋର୍ପିଓର ପିଛା କରୁଥିବା ସୂଚନା ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe