କନକ ବ୍ୟୁରୋ : କରୋନା କାଳରେ କଲବଲ ହେଉଥିବା ମଣିଷର ଚାପ ଆହୁରି ବଢ଼ିଯାଇଛି ଯେତେବେଳେ ତଲାବନ୍ଦ ଯୋଗୁଁ ଅନେକ କିଛି ଓଲଟପାଲଟ ହୋଇଯାଇଛି । ରୋଜଗାର ଯାଇଛି, ଆୟ କମିଛି, ବେଉସା ଯାଇଛି, ରୋଗ ପାଇଁ ଖର୍ଚ୍ଚ ବଢ଼ିଛି । ଆଉ ଚାପରେ ଥିବା ମଣିଷ ଅନେକ ସମୟରେ ଚରମ ନିଷ୍ପତି ନେବାର ଏକାଧିକ ନଜିର ସାମ୍ନାକୁ ଆସିଛି ।
କମିଶନରେଟ୍ ପୋଲିସର ତଥ୍ୟ ଅନୁସାରେ-ଚଳିତବର୍ଷ ଜାନୁୟାରୀରୁ ଜୁନ ୬ ମାସ ଭିତରେ ରାଜଧାନୀ ଭୁବନେଶ୍ୱରରେ ୧୫୧ ଜଣ ଆତ୍ମହତ୍ୟା କରିଛନ୍ତି । ଗତବର୍ଷ ଏହି ସମୟ ସୀମା ଭିତରେ ଆତ୍ମହତ୍ୟା ସଂଖ୍ୟା ଥିଲା ୧୪୨ । ଏବର୍ଷର ୧୫୧ଟି ଆତ୍ମହତ୍ୟା ଭିତରେ ତାଲାବନ୍ଦ ସମୟରେ ୩୮ ଜଣ ଆତ୍ମହତ୍ୟା କରିଛନ୍ତି । ମେ’ ମାସରେ ୧୬ ଜଣ ଆତ୍ମହତ୍ୟା କରିଥିବାବେଳେ ଜୁନ ମାସରେ ୨୨ ଜଣ ଆତ୍ମହତ୍ୟା କରିଛନ୍ତି ।
କରୋନା କେବଳ ଭୟ ବଢ଼ାଇଛି ତାହା ନୁହେଁ, ଏହି ଭୟ ମଣିଷକୁ ଚାପଗ୍ରସ୍ତ କରିଦେଉଛି । ଆଉ ଚାପରେ ଥିବା ମଣିଷ ବିଭିନ୍ନ କାରଣରୁ ଆତ୍ମହତ୍ୟା ଭଳି ନିଷ୍ପତି ନେବାକୁ ଆଗେଇ ଆସୁଥିବା ବିଶେଷଜ୍ଞ କହିଛନ୍ତି । ରାଜଧାନୀ ଭୁବନେଶ୍ୱରରୁ ଆତ୍ମହତ୍ୟାକୁ ନେଇ ଆସିଥିବା ଏହି ତଥ୍ୟ ସମସ୍ତଙ୍କୁ ବିଚଳିତ କରିବ ନିଶ୍ଚୟ । କରୋନାର ପ୍ରଭାବ କେତେ ଯେ ସାଂଘାତିକ ତାହା ଏହି ସଂଖ୍ୟାରୁ ସ୍ପଷ୍ଟ ବାରି ହେଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/07/0.28009000_1568031518_gettyimages-984719398-170667a.jpg)