କନକ ବ୍ୟୁରୋ : ବଢୁଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ୫ ହଜାର ୬୭୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏବେ ସାରା ଦେଶରେ ୩୭ ହଜାର ୯୩ ଜଣ ଆକ୍ରାନ୍ତ ସକ୍ରିୟ ରହିଛନ୍ତି । ସେହିପରି ଓଡିଶାରେ ୧୦୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୫ ହଜାର ୧୬ଟି କରୋନା ନମୁନା ପରୀକ୍ଷା ହୋଇଥିଲା । ଯଦି ଦୈନିକ ପଜିଟିଭିଟି ହାର ୫ ପ୍ରତିଶତରୁ ଅଧିକ ହେବ ତାହେଲେ ସଂକ୍ରମଣ ବେକାବୁ ହେବାର ସମ୍ଭାବନା ରହିଛି ।

Advertisment

କରୋନା ସଂକ୍ରମଣକୁ ନଜରରେ ରଖି ସାରା ଦେଶରେ ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଥିବାରୁ ହସପିଟାଲରେ ଆରମ୍ଭ ହୋଇଛି ଦୁଇ ଦିନିଆ ମକଡ୍ରିଲ୍ । ଆଜି ମଧ୍ୟ କୋଭିଡ୍ ହସ୍ପିଟାଲରେ ମକ୍ଡ୍ରିଲ କରାଯିବ । କରୋନା ମୁକାବିଲା ଓ ପରିଚାଳନା ନେଇ ହସ୍ପିଟାଲ କେତେ ପ୍ରସ୍ତୁତ ଅଛି, ତା’ ଉପରେ ଜୋର ଦିଆଯାଇଛି । କୋଭିଡ ବେଡ୍ ଠାରୁ ଆରମ୍ଭ କରି, ଔଷଧ, ଅକ୍ସିଜେନ୍ କେତେ ମହଜୁଦ ରହିଛି, ସେ ନେଇ ସମୀକ୍ଷା କରାଯାଉଛି । ବି

ଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ଦକ୍ଷିଣ ପୂର୍ବ ଏସିଆ ଆଞ୍ଚଳିକ ନିର୍ଦ୍ଦେଶିକା ଡାକ୍ତର ପୁନମ କ୍ଷେତ୍ରପାଲ ସିଂହ କହିଛନ୍ତି, ଭାରତରେ ଲୋକଙ୍କ ଠାରେ ରୋଗ ପ୍ରତିରୋଧକ ଶକ୍ତି କମିବାରେ ଲାଗିଛି । ତେଣୁ କରୋନାର ଚତୁର୍ଥ ଲହର ଆସିବାର ସମ୍ଭାବନା ଅଧିକ ରହିଛି । ବିଶେଷଜ୍ଞଙ୍କ ଅନୁଯାୟୀ, ଓମିକ୍ରନର ସମସ୍ତ ଭାରିଆଣ୍ଟ ଉପରେ ତୀକ୍ଷ୍ଣ ନଜର ରଖାଯାଉଛି । ସଂକ୍ରମଣ ବୃଦ୍ଧି ପଛରେ ଏକ୍ସଏକ୍ସବି.୧.୧.୧୬.୧କୁ ଭାରିଆଣ୍ଟ ବୋଲି କୁହାଯାଉଛି । ଏବେ ସଂକ୍ରମଣ ବୃଦ୍ଧି ପାଉଥିବାରୁ କରୋନାର ନୂଆ ଭାରିଆଣ୍ଟ ବିରୁଦ୍ଧରେ ଟିକା ପ୍ରଭାବଶାଳୀ ହେଉଛି ତ?