ହଟୁନି ଗାଙ୍ଗପୁର ଆଇଆଇସିଙ୍କ ମୃତ୍ୟୁ ରହସ୍ୟ । ମୃତ୍ୟୁର ଦିନକ ପୂର୍ବରୁ ଭଲ ଥିଲା ତାଙ୍କର ମାନସିକ ସ୍ଥିତି ।

174

କନକ ବ୍ୟୁରୋ : ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଆଇଆଇସି ଦେବ କୁମାର ଗମାଙ୍ଗଙ୍କ ମୃତ୍ୟୁକୁ ନେଇ ଏବେ ବି ରହସ୍ୟ ଜାରିରହିଛି । ମୃତ୍ୟୁକୁ ନେଇ ନୂଆ ନୂଆ ବିଷୟ ସାମ୍ନାକୁ ଆସିଛି । ଏଭଳି ସମୟରେ ଆଇଆଇସିଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି ସ୍ଥାନୀୟ ଅଞ୍ଚଳର ଜଣେ ସରପଞ୍ଚ ପ୍ରାର୍ଥୀ । କଥାବାର୍ତା ବେଳେ ଗମାଙ୍ଗ ଚାପରେ ଥିବା ବିଷୟକୁ ସେ ଆଦୌ ବିଶ୍ୱାସ କରିପାରୁନଥିବା କହିଛନ୍ତି ସଂପୃକ୍ତ ସରପଂଚ ପ୍ରାର୍ଥୀ ।

ମୃତ୍ୟୁ ପୂର୍ବଦିନ ଆଲୋଚନା କରିଥିଲେ ଆଇଆଇସି ଗମାଙ୍ଗ । କନକ ନ୍ୟୁଜରେ କହିଲେ ସ୍ଥାନୀୟ ସରପଞ୍ଚ ପ୍ରାର୍ଥୀ । ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଆଇଆଇସି ଦେବ କୁମାର ଗମାଙ୍ଗଙ୍କ ମୃତ୍ୟୁକୁ ନେଇ ଏବେ ବି ରହସ୍ୟ ଜାରି ରହିଥିବା ବେଳେ, ଏବେ ତାଙ୍କ ବିଷୟରେ ଏକ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି ସ୍ଥାନୀୟ ଅଂଚଳର ଜଣେ ସରପଂଚ ପ୍ରାର୍ଥୀ । ମୃତ୍ୟୁ ପୂର୍ବଦିନ ତାଙ୍କୁ ଭେଟି ଆଲୋଚନା କରିଥିବା ସ୍ଥାନୀୟ ସରପଂଚ ପ୍ରାର୍ଥୀ ବିଘ୍ନରାଜ ସ୍ୱାଇଁ, ଆଇଆଇସିଙ୍କ ବ୍ୟକ୍ତିତ୍ୱ ବିଷୟରେ କହିଛନ୍ତି । ଏପରିକି କଥାବାର୍ତା ବେଳେ ଗମାଙ୍ଗ ଚାପରେ ଥିବା ବିଷୟକୁ ସେ ଆଦୌ ବିଶ୍ୱାସ କରିପାରୁନଥିବା କହିଛନ୍ତି ।

ଏହି ଭିଡିଓରେ ଆହୁରି ମଧ୍ୟ କୁହାଯାଇଛି, ପୁର୍ବରୁ ଏହି ଥାନାରେ ଥିବା ଅଧିକାରୀ ଦୁର୍ନୀତିର ଚରମ ସୀମା ପାର କରିଯାଇଥିଲେ । ମାଫିଆଙ୍କ ସହ ହାତ ମିଳାଇ ମୋଟା ଅଙ୍କର ବଟି ନେଇଥିବା ସହ, ବିଭିନ୍ନ ଉପାୟରେ ଲୋକଙ୍କୁ ଫସାଇ ଚାନ୍ଦା ଆଦାୟ କରୁଥିଲେ । ଏପରିକି ସାଧାରଣ ଲୋକଙ୍କୁ ଥାନାକୁ ନେଇ ମିଛ ମାମଲା କରି ଚାନ୍ଦା ଆଦାୟ କରାଯାଉଥିଲା ଯାହାକୁ ପୁଲିସ ବିଭାଗର ଅନେକ ଅଫିସରଙ୍କ ମଧ୍ୟରେ ଭାଗ ବଣ୍ଟାଯାଉଥିଲା ।

କୁହାଯାଉଛି କିଛି ରାଜନୈତିକ ବ୍ୟକ୍ତିଙ୍କ ଛତ୍ରଛାୟାରେ ରହି ମଦ ମାଫିଆ, କଣ୍ଟ୍ରାକ୍ଟର ଓ ପୁଲିସର ମଧୁଚନ୍ଦ୍ରିକାରେ ସେହି ଅଂଚଳରେ ଚାଲିଥିଲା ବିଭିନ୍ନ ବେଆଇନ କାମ । ଆଇଆଇସି ଦେବ କୁମାର ଗମାଙ୍ଗ ଏମାନଙ୍କ ପାଇଁ କଂଟା ସାଜିଥିବାରୁ ତାଙ୍କୁ ରାସ୍ତାରୁ ହଟାଇବା ପାଇଁ କରାଯାଉଥିଲା ଉଦ୍ୟମ । ଆଉ ଗମାଙ୍ଗଙ୍କ ମୃତ୍ୟୁ ପରେ ଏହା ସଫଳ ହୋଇଥିବା ଆଲୋଚନା ହେଉଛି ।