ଯମୁନା କୂଳରେ ନିର୍ମାଣ ହୋଇଥିବା ଲାଲକିଲ୍ଲା ବିଷୟରେ କିଛି ତଥ୍ୟ...

Advertisment
ଯମୁନା କୂଳରେ ନିର୍ମାଣ ହୋଇଥିବା ଲାଲକିଲ୍ଲା ବିଷୟରେ କିଛି ତଥ୍ୟ...

source : Rediff.com

ଆସୁଛି ସ୍ୱାଧୀନତା ଦିବସ। ସ୍ୱାଧୀନତା ଦିବସ ପାଳନ ପାଇଁ ଲାଲକିଲ୍ଲାରେ ଚାଲିଛି ଜୋରଦାର ପ୍ରସ୍ତୁତି। ଏଥିପାଇଁ ପ୍ରତିବର୍ଷ ସ୍ୱାଧୀନତା ଦିବସରେ ତିନୋଟି ରଙ୍ଗରେ ସଜ୍ଜିତ ହୋଇଥାଏ ଲାଲକିଲ୍ଲା । ଏହି ଦିନ ଲାଲକିଲ୍ଲାରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧିତ କରିଥାନ୍ତି। ଏହି ସମ୍ବୋଧନ ପୂର୍ବରୁ ଯେତେବେଳେ ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରିଥାନ୍ତି ସେତେବେଳେ ସାରା ଦେଶରେ ଖୁସିରେ ଲହରୀ ଖେଳିଯାଇଥାଏ । ଏହି ଲାଲକିଲ୍ଲା ମୋଗଲ୍ ବାଦଶାହା ଶ।ହାଜାହାନଙ୍କ ଦ୍ୱାରା ୧୬୩୯ରେ ନିର୍ମାଣ ହୋଇଥିଲା। ଏହି ମହାନ୍ କିଲ୍ଲା ୟୁନେସ୍କୋ ବିଶ୍ୱ ଐତିହ୍ୟରେ ନିଜ ନାଁ ସାମିଲ୍ କରିଛି। ଏହି ଲାଲକିଲ୍ଲା ସାଣ୍ଡଷ୍ଟୋନରେ ତିଆରି ହୋଇଛି ସେଥିପାଇଁ ଏହାକୁ ଲାଲକିଲ୍ଲା କୁହାଯାଏ । ଦିଲ୍ଲୀର ସପ୍ତମ ମୁସଲମାନ୍ ନଗର ଲାଲକିଲ୍ଲା । ଏହା ଯମୁନା ନଦୀ କୂଳରେ ଅବସ୍ଥିତ। ପାରସୀ, ୟୁରୋପୀୟ ଏବଂ ଭାରତୀୟ କଳାର ସମାବେଶ ହେଉଛି ଏହି କିଲ୍ଲା। ୮ଟି ଭାଗରେ ବିଭକ୍ତ ଏହି କିଲ୍ଲା। ଯାହାର ନାଁ ହେଉଛି ନକ୍କରଖାନା, ଦିୱାନ୍ – ଏ -ଆମ୍, ନହର୍ – ଏ – ବହିସ୍ତ, ଜନାନା, ଖାସ୍ ମହଲ୍, ଦିୱାନ – ଏ – ଖାସ୍, ମୋତି ମସଜିଦ୍ ଏବଂ ହୟାତ ବଖ୍ସ ବାଗ୍। ଦିଲ୍ଲୀର ସବୁଠାରୁ ବଡ଼ ସ୍ମାରକ ହେଉଛି ଲାଲ୍ କିଲ୍ଲା। ଏହି କିଲ୍ଲାରୁ ଭାରତର ପ୍ରଧାନମନ୍ତ୍ରୀ ସ୍ୱାଧୀନତା ଦିବସ ଅର୍ଥାତ୍ ୧୫ ଅଗଷ୍ଟରେ ପ୍ରତି ବର୍ଷ ଦେଶବାସୀଙ୍କୁ ସମ୍ବୋଧିତ କରନ୍ତି। ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ୍ ନେହରୁ ପ୍ରଥମ ଥର ଏଠାରେ ତ୍ରିରଙ୍ଗା ଉଡାଇଥିଲେ। ଆଉ ସେବେଠାରୁ ଚାଲିଆସିଛି ଏହି ପ୍ରଥା।

publive-image୧୮୫୭ର ସ୍ୱତନ୍ତ୍ରତା ସଂଗ୍ରାମ ପରେ ଲାଲକିଲ୍ଲା ବ୍ରିଟିଶ୍ ସେନାର କବଜାକୁ ଆସିଥିଲା। ଏହାକୁ ବ୍ରିଟିଶ୍ ସେନାର ମୁଖ୍ୟାଳୟ ମଧ୍ୟ କରାଯାଇଥିଲା। ଏହି ସଂଗ୍ରାମ ପରେ ବାହାଦୁର ଶାହା ଜାଫରଙ୍କ ଉପରେ ମାମଲା ଚାଲିଥିଲା। ଏହି ଠାରେ ହିଁ ନଭେମ୍ବର ୧୯୫୪ରେ ଇଣ୍ଡିଆନ୍ ନ୍ୟାସନାଲ୍ ଆର୍ମିର ତିନି ଜଣ ଅଫିସରଙ୍କୁ କୋର୍ଟ ମାର୍ସଲ୍ କରାଯାଇଥିଲା। ଏହା ପରେ ଭାରତୀୟ ସେନା ଏହି କିଲ୍ଲାକୁ ନିଜ ଅଧୀନକୁ ନେଇଥିଲା। ଏହାପରେ ଡିସେମ୍ବର ୨୦୦୩ରେ ଭାରତୀୟ ସେନା ଏହାକୁ ଭାରତୀୟ ପର୍ଯ୍ୟଟନ ଅଧିକାରୀଙ୍କୁ ହସ୍ତାନ୍ତର କରିଦେଇଥିଲେ। ଡିସେମ୍ବର ୨୦୦୦ରେ ଲସ୍କର-ଏ- ତୋଏବାର ଆତଙ୍କବାଦୀମାନେ ଏହି ଲାଲକିଲ୍ଲାକୁ ଆକ୍ରମଣ କରିଥିଲେ। ଏହି ଆକ୍ରମଣ ଦୁଇ ଜଣ ସୈନିକ ଏବଂ ଜଣେ ନାଗରିକଙ୍କ ଜୀବନ ନେଇଥିଲା। ସମୟ ଥିଲା ଏଠାରେ ୩୦୦୦ ଲୋକ ବସିବାର ବ୍ୟବସ୍ଥା ଥିଲା କିନ୍ତୁ ଏବେ ଏହା ପର୍ଯ୍ୟଟନସ୍ଥଳୀ ବନିଯାଇଛି, ଯାହାକୁ ଦେଖିବା ପାଇଁ ବିଦେଶରୁ ଲୋକଙ୍କ ସୁଅ ଛୁଟେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe