ଆହୁରି ଚମକିବ ଅମୃତସରର ସ୍ୱର୍ଣ୍ଣମନ୍ଦିର । ଏଥିରେ ଆଉ ୧୬୦ କିଲୋଗ୍ରାମ ଓଜନର ସୁନା ଚାଦର ଲାଗିବ । ଏଥିପାଇଁ ପ୍ରାୟ ୫୦ କୋଟି ଟଙ୍କା ବ୍ୟୟ କରାଯିବ । ପୂର୍ବରୁ ଶିଖମାନଙ୍କର ଏହି ପବିତ୍ର ଧର୍ମପୀଠରେ ଥିବା ସରୋବର ମଝିରେ ଥିବା ହରମନ୍ଦର ସାହେବ, ଅକାଲ ତକତର ଗମ୍ବୁଜ ଓ ଦର୍ଶନୀ ଦେଓଦୀଉପରେ ସୁନା ଆବରଣ ଦିଆଯାଇଥିଲା । ଏଥର ୪ଟି ପ୍ରବେଶ ପଥରେ ଥିବା ମୀନାର ଗୁଡ଼ିକୁ ମଧ୍ୟ ସ୍ୱର୍ଣ୍ଣ ଆବରଣ ଦିଆଯିବ । ଏ ସଂପର୍କରେ ସୂଚନା ଦେଇ ଶିରୋମଣି ଗୁରୁଦ୍ୱାର ପ୍ରବନ୍ଧକ କମିଟିର ମୁଖପାତ୍ର ଜିଲଜୀତ ସିଂ ବେଦୀ କହିଛନ୍ତି ଯେ କମିଟି ୪ଟି ପ୍ରବେଶ ପଥରେ ଥିବା ମୀନାରଗୁଡ଼ିକୁ ଅଧିକ ଆକର୍ଷଣୀୟ କରିବାକୁ ନିଷ୍ପତ୍ତି ନେଇଛି ।
ଏଥିପାଇଁ ଏଗୁଡ଼ିକ ଉପରେ ସୁନା ପ୍ରଲେପ ଦିଆଯିବ । ଆଜିକୁ ପ୍ରାୟ ୧୯୨ ବର୍ଷ ତଳେ ତତକାଳୀନ ପଂଜାବ ମହାରାଜା ରଣଜୀତ ସିଂ ସ୍ୱର୍ଣ୍ଣ ସେବା ଲାଗି ଏହି ମନ୍ଦିରକୁ ୧୬.୩୯ ଲକ୍ଷ ଟଙ୍କା ଦାନ କରିଥିଲେ । ଏହି ଅର୍ଥରେ ସୁନା ଛାଉଣି କରାଯାଇଥିଲା । ମହମ୍ମଦ ଖାଁ ନାମକ କାରିଗର ଏହି ସୁନା ଛାଉଣୀ କରିଥିଲେ । ମହାରାଜାଙ୍କ ପରବର୍ତ୍ତି ଉତ୍ତରାଧୀକାରୀମାନେ ମଧ୍ୟ ସୁନା ଦାନ ଦେଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/07/maxresdefault-13.jpg)
/kanak/media/post_attachments/wp-content/uploads/2018/07/sri_darbar_sahib_amritsar-300x169.jpg)