ଆଗକୁ ବଢୁଛନ୍ତି ଦେଶର ଝିଅ । ପୁଅଙ୍କ ତୁଳନାରେ ସ୍କୁଲ ଯାଉଛନ୍ତି ଅଧିକ ଝିଅ

157

କନକ ବ୍ୟୁରୋ : ଦେଶ ସ୍ୱାଧୀନତା ପାଇବା ପରଠାରୁ ମହିଳାମାନଙ୍କୁ ସବୁକ୍ଷେତ୍ରରେ ପ୍ରାଧାନ୍ୟ ଦେଉଛନ୍ତି ସରକାର । ସେ ମହିଳା ଶିକ୍ଷା ହେଉ କି ମହିଳା ସ୍ୱାଧୀନତା, ସବୁକ୍ଷେତ୍ରରେ ମହିଳାଙ୍କ ପାଇଁ ସରକାର ସଂରକ୍ଷଣ ବ୍ୟବସ୍ଥା କରିଛନ୍ତି । ଏହାର ଏକ ସୁଫଳ ଆଜି ଦେଖିବାକୁ ମିଳିଛି । ଶିକ୍ଷା କ୍ଷେତ୍ରରେ ମହିଳାମାନେ କିଛିବର୍ଷ ହେବ ପୁରୁଷମାନଙ୍କୁ ପଛରେ ପକାଉଥିବା ଖବର ଆସୁଥିଲା   । ଏବେ ଆନୁଆଲ ଷ୍ଟେଟସ ଅଫ ଏଜୁକେସନ ସଂସ୍ଥା  (ଏଏସଇଆର) ଏକ ସର୍ଭେ ରିପୋର୍ଟ ଦେଇଛି । ଏହି ରିପୋର୍ଟ ମୁତାବକ ସ୍କୁଲ ଯିବା ମାମଲାରେ ଦେଶରେ ବାଳକମାନଙ୍କ ଠାରୁ ବାଳିକାମାନେ ଆଗରେ ରହିଛି । କହିରଖୁ କି ଏଏସଇଆର ସଂସ୍ଥା ପୁରାଦେଶରେ ସ୍କୁଲଶିକ୍ଷାର ସ୍ତରକୁ ନେଇ ସର୍ଭେ କରିଥାଏ । ଏଥିରେ ସହରୀ ଓ ଗ୍ରାମୀଣ ଉଭୟ ସ୍କୁଲକୁ ସାମିଲ କରାଯାଇଥାଏ  ।

ଏଏସଇଆର ସଂସ୍ଥା ଉତ୍ତର ପ୍ରଦେଶ ରାଜ୍ୟର କୋଡିନେଟର ନୁଜହତ ମଲିକ ଏକ ଜାତୀୟ ଗଣମାଧ୍ୟମକୁ କହିଛନ୍ତି କି ସଂସ୍ଥା ତାର ସର୍ଭେ ରିପୋର୍ଟରେ ପାଇଛି କି ବାଳକଙ୍କୁ ତୁଳନାରେ ଦେଶରେ ଅଧିକ ବାଳିକା ସ୍କୁଲ ଯାଉଛନ୍ତି । କେବଳ ଗୋଟିଏ ରାଜ୍ୟର ହିସାବ ଦେଇ ସେ କହିଛନ୍ତି କି ଉତର ପ୍ରଦେଶର ୨୦୨୮ଟି ସରକାରୀ ସ୍କୁଲରେ ଏନେଇ ସର୍ବେକ୍ଷଣ କରାଯାଇଥିଲା । ଏହି ସର୍ଭେରୁ ଜଣାପଡିଥିଲା କି ବାଳକଙ୍କ ତୁଳନାରେ ବାଳିକାମାନେ ସ୍କୁଲ ଯିବାକୁ ଅଧିକ ଆଗ୍ରହୀ ଓ ଯାଉଛନ୍ତି ମଧ୍ୟ ।

ନୂଜହତ ମଲିକ କହିଛନ୍ତି କି ଯଦି ଦଶମ ଶ୍ରେଣୀ ପିଲାଙ୍କ କଥା ଦେଖିବା ଏଥିରେ ୬୦ ପ୍ରତିଶତ ବାଳକ ସ୍କୁଲ ଯାଉଥିବା ବେଳେ ୬୭ ପ୍ରତିଶତ ବାଳିକା ସ୍କୁଲ ଯାଉଛନ୍ତି । ଏକାଦଶ ଶ୍ରେଣୀର କଥା କହିଲେ ଏଥିରେ ୫୧ ପ୍ରତିଶତ ବାଳକ ଓ ୫୫ ପ୍ରତିଶତ ବାଳିକା ସ୍କୁଲ ଯାଉଛନ୍ତି ।