କନକ ବ୍ୟୁରୋ : ହାଇଦ୍ରାବାଦରୁ ପ୍ରଭୁ ରାମଙ୍କ ପାଇଁ ଆସିଲା ଉପହାର । ହାଇଦ୍ରାବାଦ ରାମଭକ୍ତ ନାଗଭୂଷଣ ରେଡ୍ଡୀ ନିଜ ହାତରେ ତିଆରି କରିଛନ୍ତି ୧୨୬୫ କେଜିର ଲଡୁ । ଲଡୁ ଯେପରି ଖରାପ ନହୁଏ ସେଥିପାଇଁ ଶୀତ ତାପ ନିୟନ୍ତ୍ରିତ କାଚରେ ଏହାକୁ ହାଇଦ୍ରାବାଦରୁ ଅଯୋଧ୍ୟାକୁ ପଠାଯାଇଛି । ୨୪ଜଣ ମିଠା କାରିଗର ଗୋଟିଏ ଦିନରେ ଏହି ବିଶାଳ ଲଡୁ ପ୍ରସ୍ତୁତ କରିଛନ୍ତି । ଡାଏଫ୍ରୁଟରେ ଲଡୁରେ ଲେଖାଯାଇଛି ଜୟଶ୍ରୀରାମ । ଲଡୁ ଗୁଡିକର ନାଁ ରହିଛି ରାମ, ସୀତାଳ ଲକ୍ଷ୍ମଣ ଓ ହନୁମାନ । ୨୦୦୦ ମସିହାରେ ନାଗଭୂଷଣରାମ କ୍ୟାଟରିଂ କରିଥିଲେ । ସେବେଠୁ ପ୍ରତ୍ୟେକ ଦିନ ଏକ କେଜି ଲଡୁ ଭୋଗ ଲଗାଇବାକୁ ମନସ୍କାମନା କରିଥିଲେ । ପରେ ଏବେ ୧୨୩୬ କେଜି ଲଡୁ ପ୍ରସ୍ତୁତ କରି ରାମଙ୍କ ପାଇଁ ପଠାଇଛନ୍ତି ନାଗଭୂଷଣ ।

ସେହିଭଳି ଆନ୍ଧ୍ରପ୍ରଦେଶରୁ ଅଯୋଧ୍ୟାକୁ ପହଁଚିବ ସ୍ୱତନ୍ତ୍ର ଉପହାର । ଦୁଇଜଣ ରାମଭକ୍ତ ପଇଡ଼କୁ ଅତି ସୁନ୍ଦର ଭାବେ ସଜାଇଛନ୍ତି । ପଇଡ଼କୁ ସଜାଇବା ସହ ଏଥିରେ ରାମ, ଲକ୍ଷ୍ମଣ ସୀତାଙ୍କ ନାଁ ଲେଖାଯାଇଛି । ଏହା ଦେଖିବାକୁ ବେଶ ଆକର୍ଷଣୀୟ ହୋଇଛି । ତେବେ ରାମ,ସୀତା ଓ ଲକ୍ଷ୍ମଣଙ୍କୁ ଘରେ ପୂଜା କରିବା ସହ ଏମାନେ ରାମଙ୍କ ଜଣେ ପରମ ଭକ୍ତ ଅଟନ୍ତି ଆନ୍ଧ୍ରପ୍ରଦେଶର ଏହି ଦମ୍ପତି ।

ଅନ୍ୟପଟେ ଅଯୋଧ୍ୟାରେ ପହଁଚିଲା ସୁସଜ୍ଜିତ ରଥ । ହନୁମାନଙ୍କ ଜନସ୍ଥାନ କୁହାଯାଉଥିବା କିସକିନ୍ଦାରୁ ଏହି ରଥ ଆସି ଏବେ ଅଯୋଧ୍ୟାରେ ପହଁଚିଛି । ଏକ ଚାରି ଚକିଆ ଯାନକୁ ସ୍ୱର୍ଣ୍ଣ ରଙ୍ଗରେ ସୁସଜ୍ଜ୍ିତ କରାଯାଇଛି । ସମ୍ମୁଖରେ ହନୁମାନଙ୍କ ପ୍ରତିମୂର୍ତିକୁ ଦେଖିବାକୁ ମିଳିଛି । ସୂଚନା ଅନୁସାରେ ପ୍ରାଣପ୍ରତିଷ୍ଠା ଉତ୍ସବରେ ଏହି ଯାନ ନଗର ପରିକ୍ରମା କରିବ ।