କନକ ବ୍ୟୁରୋ: ଜାରି ରହିଛି ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ । ଏଥିପାଇଁ ବିଭିନ୍ନ ରାଜ୍ୟର ବିଧାନସଭା ଓ ସଂସଦରେ ମତଦାନ ଜାରି ରହିଛି । ହେଲେ ଏହା ମଧ୍ୟରେ କ୍ରସ୍ ଭୋଟିଙ୍ଗ ନେଇ ଖବର ଆସିଛି । ବିରୋଧୀ ଦଳମାନେ ମିଶି ପ୍ରାର୍ଥୀ କରିଥିବା ଯଶୱନ୍ତ ସିହ୍ନାଙ୍କୁ ଭୋଟ ଦେବାକୁ ବୈଠକରେ ନିଷ୍ପତ୍ତି ନେଇଥିଲେ ବି ଦଳର ନିଷ୍ପତ୍ତିରୁ ବାହାରି ଯାଇ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଇଛନ୍ତି ଗୁଜୁରାଟ ଏନସିପି ବିଧାୟକ । କେବଳ ଏତିକି ନୁହେଁ ଆସାମରେ କଂଗ୍ରେସର ୨୦ରୁ ଅଧିକ ବିଧାୟକ କ୍ରସ୍ ଭୋଟିଙ୍ଗ କରିପାରନ୍ତି ବୋଲି ଆଶଙ୍କା ପ୍ରକାଶ କରିଛନ୍ତି ଆସାମରେ ଅଲ୍ ଇଣ୍ଡିଆ ୟୁନାଇଟେଡ୍ ଡେମୋକ୍ରାଟିକ୍ ଫ୍ରଣ୍ଟର ବିଧାୟକ ।
ଅନ୍ୟପଟେ ଓଡିଶାରେ ମଧ୍ୟ ଦଳୀୟ ବିଶୃ୍ଙ୍ଖଳା ମଧ୍ୟରେ କଂଗ୍ରେସର ଜନୈକ ବିଧାୟକ ଦଳର ନିଷ୍ପତ୍ତିରୁ ଓହରି ଯାଇ ଦୌପଦୀ ମୁର୍ମୁଙ୍କୁ ଭୋଟ ଦେଇଥିବା ଜଣାପଡିଛି । ତେବେ ତାଙ୍କ ବିରୋଧରେ ଦଳର ବିଚାରବିମର୍ଷ କ୍ରମେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଦଳ ବରିଷ୍ଠ ନେତା କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/07/Capture-41.jpg)