କରୋନା ଆସିବା ପରେ ଚାଷୀ ଆତ୍ମହତ୍ୟାକୁ ବଳିଯାଇଛି ବ୍ୟବସାୟୀଙ୍କ ଆତ୍ମହତ୍ୟା ।

53

କନକ ବ୍ୟୁରୋ : ଦେଶରେ କୃଷକ ଆତ୍ମହତ୍ୟା ସରକାରଙ୍କ ମୁଣ୍ଡବ୍ୟଥାର କାରଣ ହୋଇଥିବାବେଳେ ଆଉ ଗୋଟିଏ ବର୍ଗର ଆତ୍ମହତ୍ୟା ସଂଖ୍ୟା ଚିନ୍ତାଜନକଭାବେ ବଢିଚାଲିଛି । ସେମାନେ ହେଉଛନ୍ତି ବ୍ୟବସାୟୀ ବର୍ଗ । କୃଷକ ମୃତ୍ୟୁକୁ ନେଇ ସାରା ଦେଶରେ ଚର୍ଚ୍ଚା ହେଉଥିବାବେଳେ ଏମାନଙ୍କ ଆତ୍ମହତ୍ୟା ଚର୍ଚ୍ଚାକୁ ଆସେନାହିଁ ।

ଜାତୀୟ ଅପରାଧ ରେକର୍ଡ ବ୍ୟୁରୋର ପରିସଂଖ୍ୟାନ ଅନୁସାରେ ୨୦୨୦ରେ ବ୍ୟବସାୟୀ ଆତ୍ମହତ୍ୟା ସଂଖ୍ୟା ଚାଷୀ ଆତ୍ମହତ୍ୟା ସଂଖ୍ୟାକୁ ଟପିଯାଇଛି । ଏହି ବର୍ଷ ୧୧୭୧୬ ଜଣ ବ୍ୟବସାୟୀ ଆତ୍ମହତ୍ୟା କରିଥିଲେ, ଯେବେକି ଆତ୍ମହତ୍ୟା କରିଥିବା କୃଷକ ସଂଖ୍ୟା ଥିଲା ୧୦୬୭୭ ।