ରକ୍ତ ଚରିତ୍ର ଗ୍ୟାଙ୍ଗର ସଦସ୍ୟଙ୍କ ଘରେ ଚଢାଉ : ମାରଣାସ୍ତ୍ର ଓ ଅନ୍ୟ ଆପତିଜନକ ସାମଗ୍ରୀ ରଖିଥିବା ଅଭିଯୋଗରେ ରେଡ଼୍

ଗ୍ୟାଙ୍ଗର ୭ଜଣ ହୋଇସାରିଲେଣି ଗିରଫ

85

କନକ ବ୍ୟୁରୋ : ରକ୍ତ ଚରିତ୍ର ଗ୍ୟାଙ୍ଗର ସଦସ୍ୟଙ୍କ ଘରେ ଚଢାଉ । ସଂଜୟ ଖୁଂଟିଆ ଘରେ କମିଶନରେଟ୍ ପୋଲିସର ଚଢଉ । ଭୟ ସୃଷ୍ଟି କଲାଭଳି ଭିଡ଼ିଓ ଛାଡ଼ୁଥିଲେ ଭୁବନେଶ୍ୱରର ରକ୍ତ ଚରିତ୍ର ଗ୍ୟାଙ୍ଗ । କନକ ନ୍ୟୁଜରେ ଖବର ପ୍ରସାରଣ ପରେ ପୋଲିସର କାର୍ଯ୍ୟାନୁଷ୍ଠାନ । ଏପର୍ଯ୍ୟନ୍ତ ଗ୍ୟାଙ୍ଗର ୭ଜଣଙ୍କୁ ଗିରଫ କଲାଣି କମିଶନରେଟ୍ ପୋଲିସ । ଘରେ ମାରଣାସ୍ତ୍ର ଓ ଅନ୍ୟ ଆପତିଜନତ ସାମଗ୍ରୀ ରଖଇଥିବା ଅଭିଯୋଗରେ ଚାଲିଛି ଚଢାଉ ।

ସୂଚନାନୁସାରେ ରବିବାର ସନ୍ଧ୍ୟାରେ କା‌ହ୍ନୁ ଓ ସାହିଲ୍ ନିଜ ନିଜ ଖଟିରେ ଛପି ବସିଥିବା ଖବର ପୁଲିସ ପାଇଥିଲା । ତୁରନ୍ତ ନୂଆପଲ୍ଲୀ ଥାନା ପୁଲିସର ଦୁଇଟି ଟିମ୍‌ ପାଇକନଗର ଓ ଡେଲ୍ଟା ଖଟିରେ ଚଢ଼ଉ କରିଥିଲା। ପୁଲିସକୁ ଦେଖି ଉଭୟ ଖସି ପଳାଇବାକୁ ଉଦ୍ୟମ କରିଥିଲେ। ଏମିତିକି ପୁଲିସକୁ ପାଲଟା ଆକ୍ରମଣ କରିବାକୁ ବସିଥିଲେ । ମାତ୍ର ସବୁ ପ୍ରସ୍ତୁତି କରି ଯାଇଥିବା ପୁଲିସ ଟିମ୍‌ ହାବୁଡ଼ରୁ ଖସି ପାରିନଥିଲେ। ଏନ୍‌କାଉଣ୍ଟର ଭୟରେ ଶେଷରେ ଦୁଇ ଜଣଯାକ ହାତ ଟେକି ଦେଇଥିଲେ ।

ପୁଲିସ ସେମାନଙ୍କୁ କାବୁ କଲା ପରେ ଖଟି ଯାଞ୍ଚ କରିଥିଲା ଓ ସେଠାରୁ ଖଣ୍ଡା ଓ କାତି ଭଳି ମାରଣାସ୍ତ୍ର ଜବତ କରିଥିଲା । ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି । ତେବେ ଏହି ଗ୍ୟାଙ୍ଗ୍‌ର ଅନ୍ୟତମ ସଦସ୍ୟ ରାଜେଶ ବେହେରା ଓରଫ୍ ଚେଙ୍ଗ ଆଜି ପୁଲିସ ହାବୁଡ଼ରୁ ଅଳ୍ପକେ ବର୍ତ୍ତିଯାଇଛି । କାହ୍ନୁ ଓ ସାହିଲ୍‌ଠାରୁ ସୂଚନା ପାଇ ପୁଲିସ ଟିମ୍‌ ପୋଖରୀପୁଟ ଅଞ୍ଚଳରରେ ଚେଙ୍ଗ ଘରେ ଚଢ଼ଉ କରିଥିଲେ । ମାତ୍ର କୌଣସି ସୂତ୍ରରୁ ଖବର ପାଇ ଚେଙ୍ଗ ଖସି ପଳାଇଥିଲା। ସେ ମାରଣାସ୍ତ୍ର ରଖୁଥିବା ଏକ ଆଜ୍‌ବେଷ୍ଟସ୍‌ ଘରକୁ ପୁଲିସ ଭାଙ୍ଗି ଭିତରୁ କିଛି ଅସ୍ତ୍ର ଜବତ କରିଥିଲା ।

ପୁଲିସ ସୂଚନାନୁସାରେ ଦେବୀପ୍ରସାଦ ଜେନା ଓରଫ୍ ବୁବୁ ପରିଚାଳିତ କେବିଏନ୍‌ ଗ୍ୟାଙ୍ଗ୍‌ରେ ପ୍ରାୟ ୨୯ ଜଣ ସଦସ୍ୟ ଅଛନ୍ତି। ପୂର୍ବରୁ ୪ ଜଣଙ୍କୁ ଗିରଫ କରାଯାଇଛି ।  ଗିରଫ ହୋଇଥିବା ୨ ଜଣ ମଧ୍ୟ ବିଭିନ୍ନ ସଂଗିନ୍ ମାମଲାରେ ସମ୍ପୃକ୍ତ। ମୋଟ୍ ୬ ଜଣଙ୍କୁ ଗିରଫ କରାଯାଇଛି ଓ ଖୁବ୍‌ ଶୀଘ୍ର ଅନ୍ୟମାନଙ୍କୁ ଗିରଫ କରାଯିବ । ମୁଖିଆ ବୁବୁ ଓ ଅନ୍ୟ କିଛି ସଦସ୍ୟ ରାଜଧାନୀ ଛାଡ଼ି ବାହାରକୁ ପଳାଇଛନ୍ତି ।

କିନ୍ତୁ ସ୍ବତନ୍ତ୍ର ପୁଲିସ ଟିମ୍‌ ବୁବୁକୁ ପିଛା କରୁଛି । ସେ ବେଶି ଦିନ ପୁଲିସ ହାତରୁ ବର୍ତ୍ତିବ ନାହିଁ ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି। ସେହିଭଳି ଏହି ଗ୍ୟାଙ୍ଗ୍‌ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କମିସନରେଟ୍‌ ପୁଲିସ ପକ୍ଷରୁ ଯୋଜନା କରାଯାଉଛି । ସୂଚନାଯୋଗ୍ୟ ଗତ ୫ ଦିନ ପୂର୍ବେ ବୁବୁ ପୁରୀରେ ପୁଲିସକୁ ଚକ୍‌ମା ଦେଇ ଖସିଯାଇଛି । ଏବେ ସେ ପୁରୀ ଛାଡ଼ି ଦେଇଥିବା ଜଣାପଡ଼ିଛି ।