ରାଜଧାନୀରେ ଶହେ ତଳକୁ ଖସିଲା ଆକ୍ରାନ୍ତ ସଂଖ୍ୟା । ଆଜି ଭୁବନେଶ୍ୱରରୁ ୯୧ ଜଣ ଆକ୍ରାନ୍ତ ଚିହ୍ନଟ । ସେପଟେ ସୁସ୍ଥ ହେଲେ ୨୨୮ ଜଣ

77

କନକ ବ୍ୟୁରୋ : ରାଜଧାନୀ ଭୁବନେଶ୍ୱରରୁ ଆଜି ମୋଟ୍‌ ୯୧ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଅନେକ ଦିନ ପରେ ଆଜି ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ତଳକୁ ଖସିଛି । ୯୧ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସହ ଆଜି ୨୨୮ଜଣ ସୁସ୍ଥ ହୋଇଛନ୍ତି । ଆକ୍ରାନ୍ତଙ୍କ ସଂଖ୍ୟାଠାରୁ ଅଧିକ ରହିଛି ସୁସ୍ଥ ସଂଖ୍ୟା । ଚିହ୍ନଟ ହୋଇଥିବା ୯୧ଜଣ କରୋନା ପଜିଟିଭଙ୍କ ମଧ୍ୟରୁ ୨୮ଜଣ ସଂଗରୋଧ ଓ ୬୩ଜଣ ସ୍ଥାନୀୟ ଅଂଚଳରୁ ଅଛନ୍ତି। ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି।

ସଂଗରୋଧରୁ ଚିହ୍ନଟ କରୋନା ପଜିଟିଭ ବ୍ୟକ୍ତିମାନେ ପୂର୍ବରୁ ଆକ୍ରାନ୍ତ ହୋଇଥିବା ରୋଗୀଙ୍କ ସଂସ୍ପର୍ଶରେ ଆସିଥିଲେ। ୟୁନିଟ-୬ ଓ ନୟାପଲ୍ଲୀରୁ ସର୍ବାଧିକ ୩-୩ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେହିଭଳି ଟଙ୍କପାଣି ରୋଡ଼, ୟୁନିଟ-୯, ପଳାଶୁଣି ଓ ପୋଖରୀପୁଟରୁ ୨-୨ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି ।

ସ୍ଥାନୀୟ ସଂକ୍ରମଣ ଯୋଗୁଁ ଆଜି ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରେ ନୟାପଲ୍ଲୀ ଓ ଶୈଳଶ୍ରୀ ବିହାରରୁ ୭-୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଜ୍ଝ ସେହିଭଳି ଓଲଡ଼ ଟାଉନରୁ ୬ଜଣ, ଚନ୍ଦ୍ରଶେଖରପୁର ଓ ମଞ୍ଚେଶ୍ୱରରୁ ୫-୫ଜଣ, ଚିନ୍ତାମଣିଶ୍ୱରରୁ ୪ଜଣ, ଖଣ୍ଡଗିରିରୁ ୩ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।