୨୪ ଘଣ୍ଟାର କରୋନା ରିପୋର୍ଟ । ଦେଶରେ ୮୦ ହଜାର ୪୭୨ ସଂକ୍ରମଣ, ହଜାରେରୁ ଅଧିକ ମୃତ । ୬୨ ଲକ୍ଷ ଅତିକ୍ରମ କଲା ଆକ୍ରାନ୍ତଙ୍କ ସଂଖ୍ୟା ।

90

କନକ ବ୍ୟୁରୋ : ଦେଶରେ କରୋନା ଆକ୍ରାନ୍ତ ସଂଖ୍ୟା ଟପିଲା ୬୨ ଲକ୍ଷ । ଗତ ୨୪ ଘଣ୍ଟାରେ ସାରା ଦେଶରେ ୮୦ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହେବା ପରେ ୬୨ ଲକ୍ଷ ଛୁଇଁଛି କରୋନା । ଦେଶରେ ଗତ ୨୪ ଘଣ୍ଟାରେ ୮୦ ହଜାର ୪୭୨ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ନୂଆ ସଂକ୍ରମିତଙ୍କୁ ମିଶାଇଲେ ଦେଶରେ ମୋଟ୍ ସଂକ୍ରମିତ ସଂଖ୍ୟା ୬୨ ଲକ୍ଷ ୨୫ ହଜାର ୭୬୪ରେ ପହଁଚିଛି ।

ସେହିପରି ଗତ ୨୪ ଘଣ୍ଟାରେ ସାରା ଦେଶରେ ୧ ହଜାର ୧୭୯ ଜଣଙ୍କର କରୋନା ସଂକ୍ରମଣରେ ମୃତ୍ୟୁ ହୋଇଛି । ଏହାକୁ ମିଶାଇଲେ ଦେଶରେ ମୋଟ୍ କରୋନା ମୃତ୍ୟୁ ସଂଖ୍ୟା ୯୭ ହଜାର ୪୯୭ରେ ପହଁଚିଛି । ଦେଶରେ ବର୍ତମାନ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୯ ଲକ୍ଷ ୪୦ ହଜାର ୪୪୧ ଏବଂ ସୁସ୍ଥ ସଂଖ୍ୟା ୫୧ ଲକ୍ଷ ୮୭ ହଜାର ୮୨୬କୁ ବୃଦ୍ଧି ହୋଇଛି । ଏନେଇ ସୂଚନା ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।