ଭୁବନେଶ୍ୱରରେ ଆକ୍ରାନ୍ତ କମ, ସୁସ୍ଥ ଅଧିକ । ଆଜି ୬୯ ଆକ୍ରାନ୍ତ ଚିହ୍ନଟ । ସେପଟେ ସୁସ୍ଥ ହେଲେ ୧୮୦ ଜଣ

Advertisment
ରାଜଧାନୀରେ ସଂକ୍ରମଣ କମ, ସୁସ୍ଥ ଅଧିକ । ଆଜି ଭୁବନେଶ୍ୱରରୁ ଚିହ୍ନଟ ହେଲେ ୨୪୬ କରୋନା ଆକ୍ରାନ୍ତ । ସେପଟେ ସୁସ୍ଥ ହେଲେ ୫୫୧ ଜଣ

କନକ ବ୍ୟୁରୋ : ରାଜଧାନୀ ଭୁବନେଶ୍ୱରରୁ ଆଜି ମୋଟ୍‌ ୬୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରେ ୧୪ ଜଣ ସଂଗରୋଧ ଓ ୫୫ ଜଣ ସ୍ଥାନୀୟ ଅଂଚଳରୁ ଅଛନ୍ତି। ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି। ଭୁବନେଶ୍ୱରରୁ ଆଜି ୧୮୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସୂଚନା ଅନୁସାରେ ଭୁବନେଶ୍ୱରରୁ ଆଜି ପର୍ୟ୍ୟନ୍ତ ୨୯ ହଜାର ୩୭୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏଥିରୁ ୨୮ ହଜାର ୧୩୮ ଜଣ ସୁସ୍ଥ ହୋଇସାରିଛନ୍ତି। ଏବେ ୧ ହଜାର ୫୦ ଜଣ ଆକ୍ରାନ୍ତ ସକ୍ରିୟ ଥିବା ବେଳେ ୧୭୦ ଜଣଙ୍କର ମୃତ୍ୟୁ ହୋଇଛି।

ସଂଗରୋଧରୁ ଚିହ୍ନଟ କରୋନା ପଜିଟିଭ ବ୍ୟକ୍ତିମାନେ ପୂର୍ବରୁ ଆକ୍ରାନ୍ତ ହୋଇଥିବା ରୋଗୀଙ୍କ ସଂସ୍ପର୍ଶରେ ଆସିଥିଲେ। ଆଜି ସହିଦ ନଗରରୁ ୫ ଜଣ, ରସୁଲଗଡ଼, ଟଙ୍କପାଣିରୋଡରୁ ୪-୪ ଜଣ, ପୁରୁଣା ଭୁବନେଶ୍ୱର, ଗ୍ୟାରେଜ ଛକରୁ ୩-୩ ଜଣ ସୁନ୍ଦରପଦା, ଚନ୍ଦ୍ରଶେଖରପୁର, ମଂଚେଶ୍ୱରରୁ ୨ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe