ଭୁବନେଶ୍ୱରରୁ କମୁଛି ସଂକ୍ରମଣ : ଆଜି ଚିହ୍ନଟ ହେଲେ ୫୨ ଜଣ ପଜିଟିଭ । ସେପଟେ ସୁସ୍ଥ ହେଲେ ୭୪ ଜଣ

101

କନକ ବ୍ୟୁରୋ : ଭୁବନେଶ୍ୱରରୁ ଧିରେ ଧିରେ କମୁଛି ସଂକ୍ରମଣ । ଆଜି ରାଜଧାନୀରୁ ୫୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୭୪ଜଣ ସୁସ୍ଥ ହୋଇଛନ୍ତି । ଏନେଇ ଟ୍ୱିଟ କରି ସୂଚନା ଦେଇଛି ଭୁବନେଶ୍ବର ମହାନଗର ।

ଚିହ୍ନଟ ହୋଇଥିବା ୫୨ଜଣଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ କେନ୍ଦ୍ରରୁ ୨୨ଜଣ ରହିଛନ୍ତି। ବରମୁଣ୍ଡାରୁ ୪ଜଣ, ବିଜେବି ନଗର ଅଞ୍ଚଳରୁ ୨ଜଣ, ଚକେଇସିଆଣିରୁ ୨ଜଣ, ଡୁମଡୁମା ଅଞ୍ଚଳରୁ ଜଣେ, ଆଇଆରସି ଭିଲେଜରୁ ୨ଜଣ, ଝାରପଡ଼ାରୁ ଜଣେ, କଳିଙ୍ଗ ନଗରରୁ ଜଣେ, ମଞ୍ଚେଶ୍ବରରୁ ଜଣେ, ନୀଳାଦ୍ରି ବିହାରରୁ ୨ଜଣ, ପଟିଆରୁ ଜଣେ, ପ୍ରଶାନ୍ତି ବିହାରରୁ ଜଣେ, ରସୁଲଗଡ଼ରୁ ଜଣେ, ସତ୍ୟନଗରରୁ ଜଣେ ଓ ୟୁନିଟ-୯ରୁ ଦୁଇଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ସ୍ଥାନୀୟ ଅଞ୍ଚଳରୁ ୩୦ଜଣ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ଚନ୍ଦ୍ରଶେଖରପୁର ଅଞ୍ଚଳରୁ ୨ଜଣ, ସିଆରପିଏଫ ଛକରୁ ୨ଜଣ, ଡୁମଡୁମା ଅଞ୍ଚଳରୁ ଜଣେ, କଳିଙ୍ଗ ବିହାର ଅଞ୍ଚଳରୁ ୩ଜଣ, ନାଗେଶ୍ବରଟାଙ୍ଗି ଅଞ୍ଚଳରୁ ଜଣେ, ନୟାପଲ୍ଲୀ ଅଞ୍ଚଳରୁ ୨ଜଣ, ନୀଳାଦ୍ରି ବିହାର ଅଞ୍ଚଳରୁ ଜଣେ, ଓଲଡ ଟାଉନ ଅଞ୍ଚଳରୁ ଦୁଇଜଣ, ଭିଏସଏସ ନଗରରୁ ଜଣେ, ପଟିଆ ଅଞ୍ଚଳରୁ ଦୁଇଜଣ, ପାତ୍ରପଡ଼ା ଅଞ୍ଚଳରୁ ଜଣେ, ପ୍ରଶାନ୍ତି ବିହାର ଅଞ୍ଚଳରୁ ଜଣେ, ରସୁଲଗଡ଼ରୁ ଜଣେ, ଶୈଳଶ୍ରୀ ବିହାରରୁ ୨ଜଣ, ୟୁନିଟ-୬ରୁ ଜଣେ, ୟୁନିଟ-୯ରୁ ଦୁଇଜଣ ଓ ବାଣୀ ବିହାର ଅଞ୍ଚଳରୁ ୨ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭୁବନେଶ୍ବରେ ଏଯାବତ ୩୦୧୭୯ଟି କୋରନା ମାମଲା ସାମ୍ନାକୁ ଆସିଥିବା ବେଳେ ୨୯୨୯୪ଜଣ ସୁସ୍ଥ ହୋଇଛନ୍ତି। ସେହିପରି ଏବେ ବି ୬୬୭ଜଣ କରୋନା ମାମଲା ସକ୍ରିୟ ଥବା୍ବେଳେ ୧୯୭ଜଣଙ୍କ ମୃତ୍ୟୁ ହୋଇଛି।