ରାଜ୍ୟରେ ବଢୁଛି କରୋନା ଗତି : ୨୪ ଘଣ୍ଟାରେ ଆଉ ୪ ହଜାର ୨୪୧ ଆକ୍ରାନ୍ତ ଚିହ୍ନଟ : ଖୋର୍ଦ୍ଧାରୁ ସର୍ବାଧିକ ୬୪୭ ଆକ୍ରାନ୍ତ

471

କନକ ବ୍ୟୁରୋ : ରାଜ୍ୟରେ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ରାଜ୍ୟରେ ଆଜି ୩୦ ଜିଲ୍ଲାରୁ ଆଉ ୪,୨୪୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୨,୫୦୨ ଓ ସ୍ଥାନୀୟ ଅଞ୍ଚଳରୁ ୧,୭୩୯ ଜଣ ଚିହ୍ନଟ ହୋଇଥିବା ବେଳେ ୧୩ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

ଆଜି ମଧ୍ୟ ଖୋର୍ଦ୍ଧାରୁ ସର୍ବାଧିକ ୬୪୭ ଆକ୍ରନାତ୍ ଚିହ୍ନଟ ହୋଇଛନ୍ତି । ସେହିପରି କଟକରୁ ୩୮୯, ବୌଦ୍ଧରୁ ୯୪, ଦେବଗଡରୁ ୬, ଢେଙ୍କାନାଳରୁ ୬, ଗଜପତିରୁ ୨୩, ଗଞ୍ଜାମରୁ ୭୫ ଜଗତସିଂହପୁରରୁ ୧୨୬, ଯାଜପୁରରୁ ୧୫୦, ଝାରସୁଗୁଡାରୁ ୧୧୧, କଳାହାଣ୍ଡିରୁ ୧୧୪, କନ୍ଧମାଳରୁ ୧୧୬, କେନ୍ଦ୍ରପଡାରୁ ୧୦୩, କେନ୍ଦୁଝରରୁ ୭୭, କୋରାପୁଟରୁ ୯୮ ମାଲକାନଗିରିରୁ ୨୮, ମୟୂରଭଞ୍ଜରୁ ୧୪୭ ନବରଙ୍ଗପୁରରୁ ୧୦୭ ନୟାଗଡରୁ ୯୪ ନୂଆପଡାରୁ ୯୯ ପୁରୀରୁ ୨୯୧ ରାୟଗଡାରୁ ୬୬ ସମ୍ବଲପୁରରୁ ୯୧ସୋନପୁରରୁ ୧୨୯, ସୁନ୍ଦରଗଡରୁ ୧୫୪ ଜଣ ଚିହ୍ନଟ ହୋଇଛନ୍ତି ।

ଏହାସହ ବର୍ତ୍ତମାନ ରାଜ୍ୟରେ ୧, ୬୭, ୧୬୧ରେ ପହଞ୍ଚିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ।ସେହିପରି ୧, ୨୯,୮୫୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏଯାଏଁ ଆଉ ୩୬, ୫୮୦ ଜଣ ସକ୍ରିୟ ରହିଛନ୍ତି ।
୧୩ ମୃତ