ଆଜି ଆକ୍ରାନ୍ତଠୁ ଅଧିକ ସୁସ୍ଥ । ରାଜ୍ୟରେ ସୁସ୍ଥ ହେଲେ ଆଉ ୪ ହଜାର ୨୧୯ ଜଣ କରୋନା ଆକ୍ରାନ୍ତ । ଖୋର୍ଦ୍ଧରୁ ସର୍ବାଧିକ ୬୨୮ ଜଣ ସୁସ୍ଥ । 

327
କନକ ବ୍ୟୁରୋ : ଖୋର୍ଦ୍ଧା ଜିଲ୍ଲାରୁ ୬୨୮ ଜଣଙ୍କ ସମେତ ରାଜ୍ୟରେ ଆଜି କରୋନା ଭାଇରସ ମହାମାରୀରୁ ୪ ହଜାର ୨୧୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୮୫ ହଜାର ୭୦୦ରେ ପହଂଚିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।
ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଆଜି କଟକ ଜିଲ୍ଲାରୁ ୪୯୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ପୁରୀ ଜିଲ୍ଲାରୁ ୨୬୪ ଜଣ, ଝାରସୁଗୁଡ଼ାରୁ ୨୩୨ ଜଣ, ଅନୁଗୁଳ ଜିଲ୍ଲାରୁ ୨୦୯ ଜଣ, ଜଗତ୍ସିଂହପୁର ଜିଲ୍ଲାରୁ ୧୬୩ ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୬୧ ଜଣ, ମୟୂରଭଂଜ ଜିଲ୍ଲାରୁ ୧୫୩ ଜଣ, ରାୟଗଡ଼ା ଜିଲ୍ଲାରୁ ୧୩୨ ଜଣ, ଯାଜପୁର ଜିଲ୍ଲାରୁ ୧୨୯ ଜଣ, ବଲାଙ୍ଗୀର ଜିଲ୍ଲାରୁ ୧୨୩ ଜଣ, ବାଲେଶ୍ୱର ଜିଲ୍ଲାରୁ ୧୧୯ ଜଣ, ଭଦ୍ରକ ଜିଲ୍ଲାରୁ ୧୧୪ ଜଣ, ସମ୍ବଲପୁର ଜିଲ୍ଲାରୁ ୧୧୩ ଜଣ, ବରଗଡ଼ ଜିଲ୍ଲାରୁ ୧୧୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।
ସେହିପରି କନ୍ଧମାଳ ଜିଲ୍ଲାରୁ ୮୭ ଜଣ, ଢେଙ୍କାନାଳ ଜିଲ୍ଲାରୁ ୮୫ ଜଣ, କେନ୍ଦୁଝର ଜିଲ୍ଲାରୁ ୮୩ ଜଣ, ସୁବର୍ଣ୍ଣପୁର ଜିଲ୍ଲାରୁ ୭୯ ଜଣ, ନବରଙ୍ଗପୁର ଜିଲ୍ଲାରୁ ୭୫ ଜଣ, କୋରାପୁଟ ଜିଲ୍ଲାରୁ ୭୨ ଜଣ, ଗଂଜାମ ଜିଲ୍ଲାରୁ ୬୧ ଜଣ, ନୂଆପଡ଼ା ଜିଲ୍ଲାରୁ ୬୦ ଜଣ, ମାଲକାନଗିରି ଜିଲ୍ଲାରୁ ୫୬ ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୫୫ ଜଣ, ନୟାଗଡ଼ ଜିଲ୍ଲାରୁ ୫୪ ଜଣ, ବୌଦ୍ଧ ଜିଲ୍ଲାରୁ ୪୯ ଜଣ, ଗଜପତି ଜିଲ୍ଲାରୁ ୩୯ ଜଣ, କଳାହାଣ୍ଡି ଜିଲ୍ଲାରୁ ୩୫ ଜଣ, ଦେବଗଡ଼ ଜିଲ୍ଲାରୁ ୨୧ ଜଣ ଓ ରାଜ୍ୟପୁଲରୁ ୧୬୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।
ସେହିପରି ଆଜି ରାଜ୍ୟରୁ ୩ ହଜାର ୪୪୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଅର୍ଥାତ ଆଜି ଆକ୍ରାନ୍ତଙ୍କଠୁ ଅଧିକ ସୁସ୍ଥ ହୋଇଛନ୍ତି । ଏବେ ସୁସ୍ଥ ଖବର ରାଜ୍ୟବାସୀହ୍କୁ ଆଶ୍ୱସ୍ତି ପ୍ରଦାନ କରିଛି ।