ରାଜ୍ୟରେ ଆଉ ୪ ହଜାର ୧୮୦ କରୋନା ଆକ୍ରାନ୍ତ ଚିହ୍ନଟ : ଖୋର୍ଦ୍ଧାରୁ ସର୍ବାଧିକ ୬୮୮ ଜଣ : ୧୩ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

682

କନକ ବ୍ୟୁରୋ : ରାଜ୍ୟରେ ଆଜି ୪ ହଜାର ୧୮୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ମଧ୍ୟରୁ ୨ ହଜାର ୪୬୬ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୧, ୭୧୪ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ସେହପରି ଆଜି ଖୋର୍ଦ୍ଧାରୁ ସର୍ବାଧିକ ୬୮୮ ଜଣ ଚିହ୍ନଟ ହୋଇଛନ୍ତି । ଏହାସହ ଆଜି ରାଜ୍ୟରେ ୧୩ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

ସେହପରି କଟକରୁ ୪୯୨, ଅନୁଗୁଳରୁ ୧୫୫, ବାଲେଶ୍ୱରରୁ ୧୩୩, ବରଗଡରୁ ୧୦୦, ଭଦ୍ରକରୁ ୮୧, ବଲାଙ୍ଗିରରୁ ୭୩, ବୌଦ୍ଧରୁ ୫୬ ଦେବଗଡରୁ ୧୦, ଢେଙ୍କାନାଳରୁ ୬୭ ଗଜପତିରୁ ୨୫, ଗଞ୍ଜାମରୁ ୫୮, ଜଗତସିଂହପୁରରୁ ୧୨୩, ଯାଜପୁରରୁ ୧୮୪, ଝାରସୁଗୁଡାରୁ ୮୩, କଳାହାଣ୍ଡିରୁ ୬୭, କନ୍ଧମାଳରୁ ୭୭, କେନ୍ଦ୍ରାପଡାରୁ ୧୨୧, କେନ୍ଦୁଝରରୁ ୭୩, କୋରାପୁଟରୁ ୯୯, ମାଲକାନଗିରିରୁ ୫୩, ମୟୂରଭଞ୍ଜରୁ ୧୬୩, ନବରଙ୍ଗପୁରରୁ ୭୩ ନୟାଗଡରୁ ୫୪, ନୂଆପଡାରୁ ୫୪, ପୁରୀରୁ ୧୬୬, ରାୟଗଡାରୁ ୧୬୦, ସମ୍ବଲପୁରରୁ ୧୨୭, ସୋନପୁରରୁ ୬୨, ସୁନ୍ଦରଗଡରୁ ୧୬୬ ଷ୍ଟେଟ ପୋଲ ୩୩୭ ରହିଛି ।

ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୭୧ ହଜାର ୩୪୧ରେ ପହଞ୍ଚିଛି । ସେହିପରି ୧ ଲକ୍ଷ ୩୩ ହଜାର ୪୬୬ ଜଣ ସୁସ୍ଥ ହୋଇ ଘରକୁ ଫୋରିଥିବା ବେଳେ ୩୭ ହଜାର ୧୪୦ ସକ୍ରିୟ ରହିଛନ୍ତି ।