କନକ ବ୍ୟୁରୋ : ଓଡ଼ିଶା ପାଇଁ ଖୁସି ଖବର । ରାଜ୍ୟରେ ସୁସ୍ଥ ହେଲେ ଆଉ ୪ ହଜାର ୧୦୮ଜଣ କରୋନା ଆକ୍ରାନ୍ତ । ଏହାସହ ରାଜ୍ୟରେ ସୁସ୍ଥ ସଂଖ୍ୟା ୨ଲକ୍ଷ ଟପିଛି । ତେବେ ସୁସ୍ଥଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୭୨୧ ଜଣ ସୁସ୍ଥ ହୋଇଥିବାବେଳେ କଟକରୁ ୪୯୨, ପୁରୀରୁ ୫୫, ଯାଜପୁରରୁ ୨୧୨, ଅନୁଗୁଳରୁ ୧୮୬, କନ୍ଧମାଳରୁ ୭୧, କେନ୍ଦ୍ରାପଡ଼ାରୁ ୧୦୭, ନବରଙ୍ଗପୁରରୁ ୮୯, ଜଗତସିଂହପୁରରୁ ୧୪୩ ଏବଂ ଭଦ୍ରକରୁ ୧୬ ଜଣ ସୁସ୍ଥ ହୋଇ ଫେରିଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ସେହିପରି ବାଲେଶ୍ୱରରୁ ୧୧୬ଜଣ, ସମ୍ବଲପୁରରୁ ୧୨୮ଜଣ, ମୟୂରଭଞ୍ଜରୁ ୧୩୯ଜଣ, କେନ୍ଦୁଝରରୁ ୧୧୭ଜଣ, ବରଗଡ଼ରୁ ୧୧୪ଜଣ , ନୂଆପଡ଼ାରୁ ୧୧୮ଜଣ, ରାୟଗଡ଼ାରୁ ୬୪ଜଣ, ସୁନ୍ଦରଗଡ଼ରୁ ୧୧୬ଜଣ, ଝାରସୁଗୁଡ଼ାରୁ ୧୫୪ଜଣ, କୋରାପୁଟରୁ ୭୩ଜଣ, ସୁବର୍ଣ୍ଣପୁରରୁ ୭୩ଜଣ, କଳାହାଣ୍ଡିରୁ ୧୧୭ଜଣ, ମାଲକାନଗିରିରୁ ୩୪ଜଣ, ନୟାଗଡ଼ରୁ ୫୦ଜଣ ଓ ବଲାଙ୍ଗୀରରୁ ୮୦ଜଣ କୋଭିଡ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।
ଗଞ୍ଜାମରୁ ୬୭ଜଣ, ବୌଦ୍ଧରୁ ୪୪ଜଣ ଓ ଢ଼େଙ୍କାନାଳରୁ ୫୭ଜଣ, ଦେବଗଡ଼ରୁ ୮ଜଣ ଏବଂ ଗଜପତିରୁ ୪୦ଜଣ କରୋନା ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ତେବେ ନୂଆ ସୁସ୍ଥଙ୍କୁ ମିଶାଇ ରାଜ୍ୟରେ ଏଯାଏଁ ମୋଟ ୨ ଲକ୍ଷ ୨ ହଜାର ୩୦୨ ଜଣ ସୁସ୍ଥ ହୋଇ ସାରିଲେଣି ବୋଲି ଟ୍ୱିଟ୍ କରି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ ।