ଭୁବନେଶ୍ୱରରେ ୫୦ ତଳେ ଆକ୍ରାନ୍ତ ସଂଖ୍ୟା । ଆଜି ଭୁବନେଶ୍ୱରରୁ ୪୧ ପଜିଟିଭ ଚିହ୍ନଟ । ସେପଟେ ସୁସ୍ଥ ହେଲେ ୨୬ ଜଣ

77

କନକ ବ୍ୟୁରୋ : ଆଜି ରାଜଧାନୀ ଭୁବନେଶ୍ୱରରେ ୫୦ ତଳେ ରହିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରୁ ୪୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ୪୧ ଜଣଙ୍କ ମଧ୍ୟରୁ ୭ କ୍ୱାରେଣ୍ଟାଇନ ସେଣ୍ଟରରୁ ଓ ୩୪ ଜଣ ଲୋକାଲ କେସ ବୋଲି ଜଣାପଡିଛି । ସେହିପରି ୨୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ଭୁୁବନେଶ୍ୱରର ବରମୁଣ୍ଡା, ଭୀମଟାଙ୍ଗୀ, ଚନ୍ଦ୍ରଶେଖରପୁର, ଚିନ୍ତାମଣିଶ୍ୱର, ସିଆରପିଏଫ ଛକ, କଳ୍ପନା, ଖଣ୍ଡଗିରି, କଳିଙ୍ଗ ବିହାର, ଲଖ୍ମୀସାଗର, ପଟିଆ, ରସୁଲଗଡ ଓ ସାଲିଆସାହି ଅଞ୍ଚଳରୁ ଜଣେ ଲେଖାଏଁ, ନିଳାଦ୍ରୀବିହାର, ଆଇଆରସି ଭିଲେଜ ଅଞ୍ଚଳରୁ ୨ ଜଣ ଲେଖାଏଁ ଓ ଝାରପଡାରୁ ୩ ଜଣ ଚିହ୍ନଟ ହୋଇଛନ୍ତି ।

ଏହାସହ ଭୁବନେଶ୍ୱରରେ ମୋଟ ୩୧ ହଜାର ୧୪୫ରେ ପହଞ୍ଚିଛି କରୋନା ପିଜିଟିଭି ସଂଖ୍ୟା । ୩୦ ହଜାର ୫୪୯ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨୨୯ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ଏବେ ଯାଏଁ ୩୪୬ ଜଣ ସକ୍ରିୟ ରହିଛନ୍ତି ।