ଆଶ୍ୱସ୍ତ କରୁଛି କରୋନା ରୋଗୀଙ୍କ ସୁସ୍ଥ ସଂଖ୍ୟା : ଆଜି ରାଜ୍ୟରେ ୪ ହଜାର ୯୦ ଆକ୍ରାନ୍ତ ସୁସ୍ଥ ; ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଆକ୍ରାନ୍ତଙ୍କଠାରୁ ସୁସ୍ଥଙ୍କ ସଂଖ୍ୟା ଅଧିକ

151

କନକ ବ୍ୟୁରୋ : ଆଶ୍ୱସ୍ତ କରୁଛି କରୋନା ରୋଗୀଙ୍କ ସୁସ୍ଥ ସଂଖ୍ୟା । ଆଜି ରାଜ୍ୟରେ ୪ ହଜାର ୯୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେହିପରି ଆଜି ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଆକ୍ରାନ୍ତଙ୍କଠାରୁ ସୁସ୍ଥଙ୍କ ସଂଖ୍ୟା ଅଧିକ । ଆଜି ବିଏମ୍ସି ଅଂଚଳରେ ୩୪୨ ରୋଗୀ ଚିହ୍ନଟ ହୋଇଥିବା ବେଳେ ୪୨୧ ରୋଗୀ ସୁସ୍ଥ ହୋଇଛନ୍ତି ।

ଏପଟେ ରାଜ୍ୟରେ ୨୪ଘଂଟା ଭିତରେ ୪ ହଜାର ୨୦୯ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୨ ହଜାର ୪୪୧ ଜଣ ସଂଗରୋଧରୁ ଚିହ୍ନଟ ହୋଇଥିବା ବେଳେ ୧ ହଜାର ୭୬୮ ଜଣ ସ୍ଥାନୀୟ ଅଂଚଳରୁ ଚିହ୍ନଟ ହୋଇଛନ୍ତି । ସର୍ବାଧିକ ଆକ୍ରାନ୍ତ ତାଲିକାରେ ପ୍ରଥମରେ ରହିଛି ଖୋର୍ଦ୍ଧା ।

ଖୋର୍ଦ୍ଧାରୁ ୬୬୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୪୯୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ପୁରୀରୁ ୩୨୬, ବାଲେଶ୍ୱରରୁ ୧୮୩, ଯାଜପୁରରୁ ୧୭୬, ସମ୍ବଲପୁରରୁ ୧୫୪, ଜଗତସିଂହପୁର ୧୪୬, କେନ୍ଦ୍ରାପଡ଼ାରୁ ୧୨୩, ସୁନ୍ଦରଗଡ଼ରୁ ୧୨୧, କୋରାପୁଟରୁ ୧୧୪, ବରଗଡ଼ରୁ ୧୧୬, ମୟୂରଭଂଜରୁ ୧୦୭, ଅନୁଗୁଳରୁ ୧୦୯, କନ୍ଧମାଳରୁ ୧୦୨, ନବରଙ୍ଗପୁରରୁ ୧୦୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୭୫ ହଜାର ପାର୍ ହୋଇଛି । ଏମାନଙ୍କ ମଧ୍ୟରୁ ୧ ଲକ୍ଷ ୩୭ହଜାର ୫୬୭ ଜଣ ଆକ୍ରାନ୍ତ ସୁସ୍ଥ ହେଲେଣି । ୩୭ ହଜାର ୨୩୯ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି । ଗତ ୨୪ ଘଂଟାରେ ରାଜ୍ୟରେ କରୋନାରେ ୯ ଜଣଙ୍କର ମୃତ୍ୟୁ ହୋଇଛି ।