ଓଡିଶା ପାଇଁ ଖୁସି ଖବର । ସୁସ୍ଥ ହେଲେ ଆଉ ୪ ହଜାର ୬୬ ଜଣ ଆକ୍ରାନ୍ତ । ୧ ଲକ୍ଷ ୯୮ ହଜାର ୧୯୪ରେ ପହଞ୍ଚିଲା ସୁସ୍ଥ ସଂଖ୍ୟା ।

Advertisment
ରାଜ୍ୟରୁ ୩୨୪ କରୋନା ଆକ୍ରାନ୍ତ ସୁସ୍ଥ । ଏହାସହ ୩ ଲକ୍ଷ ୨୪ ହଜାର ୩୯୨ରେ ପହଞ୍ଚିଲା ସୁସ୍ଥ ସଂଖ୍ୟା ।

କନକ ବ୍ୟୁରୋ : ଓଡ଼ିଶା ପାଇଁ ଖୁସି ଖବର । ରାଜ୍ୟରେ ସୁସ୍ଥ ହେଲେ ଆଉ ୪ ହଜାର ୬୬ ଜଣ କରୋନା ଆକ୍ରାନ୍ତ । ତେବେ ସୁସ୍ଥଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୬୪୮ ଜଣ ସୁସ୍ଥ ହୋଇଥିବାବେଳେ କଟକରୁ ୫୨୧, ପୁରୀରୁ ୧୦୫, ଯାଜପୁରରୁ ୧୮୧, ଅନୁଗୁଳରୁ ୨୫୫, କନ୍ଧମାଳରୁ ୧୦୮, କେନ୍ଦ୍ରାପଡ଼ାରୁ ୧୦୬, ନବରଙ୍ଗପୁରରୁ ୧୩୫, ଜଗତସିଂହପୁରରୁ ୧୫୨ ଏବଂ ଭଦ୍ରରକରୁ ୧୨୭ ଜଣ ସୁସ୍ଥ ହୋଇ ଫେରିଛନ୍ତି ।

ସେହିପରି ବାଲେଶ୍ୱରରୁ ୧୧୯ଜଣ, ସମ୍ବଲପୁରରୁ ୧୨୮ଜଣ, ମୟୂରଭଞ୍ଜରୁ ୧୧୪ଜଣ, କେନ୍ଦୁଝରରୁ ୬୫ଜଣ, ବରଗଡ଼ରୁ ୧୪୧ଜଣ , ନୂଆପଡ଼ାରୁ ୧୫୨ଜଣ, ରାୟଗଡ଼ାରୁ ୬୧ଜଣ, ସୁନ୍ଦରଗଡ଼ରୁ ୧୬୭ଜଣ, ଝାରସୁଗୁଡ଼ାରୁ ୯୧ଜଣ, କୋରାପୁଟରୁ ୬୦ଜଣ, ସୁବର୍ଣ୍ଣପୁରରୁ ୬୧ଜଣ, କଳାହାଣ୍ଡିରୁ ୬୦ଜଣ, ମାଲକାନଗିରିରୁ ୬୫ଜଣ, ନୟାଗଡ଼ରୁ ୪୧ଜଣ ଓ ବଲାଙ୍ଗୀରରୁ ୮୧ଜଣ କୋଭିଡ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ଗଞ୍ଜାମରୁ ୬୦ଜଣ, ବୌଦ୍ଧରୁ ୫୯ଜଣ ଓ ଢ଼େଙ୍କାନାଳରୁ ୫୭ଜଣ, ଦେବଗଡ଼ରୁ ୧୪ଜଣ ଏବଂ ଗଜପତିରୁ ୧୩ଜଣ କରୋନା ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ତେବେ ନୂଆ ସୁସ୍ଥଙ୍କୁ ମିଶାଇ ରାଜ୍ୟରେ ଏଯାଏଁ ମୋଟ ୧ ଲକ୍ଷ ୯୮ ହଜାର ୧୯୪ ଜଣ ସୁସ୍ଥ ହୋଇ ସାରିଲେଣି ବୋଲି ଟ୍ୱିଟ୍ କରି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe