ଆଜି ଆକ୍ରାନ୍ତଠୁ ସୁସ୍ଥ ଅଧିକ । ରାଜ୍ୟରେ ସୁସ୍ଥ ହେଲେ ଆଉ ୪ ହଜାର ୧୪ ଆକ୍ରାନ୍ତ । ୧ ଲକ୍ଷ ୭୭ ହଜାର ୫୮୫ରେ ପହଞ୍ଚିଲା ସୁସ୍ଥ ସଂଖ୍ୟା ।

286

କନକ ବ୍ୟୁରୋ : ଆଜି ରାଜ୍ୟରେ ଆକ୍ରାନ୍ତଠାରୁ ଅଧିକ ସୁସ୍ଥ ହୋଇଛନ୍ତି । ଆଜି ୪ ହଜାର ୧୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାସହ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୧ ଲକ୍ଷ ୭୭ ହଜାର ୫୮୫ରେ ପହଞ୍ଚିଛି । ଆଜି ଖୋର୍ଦ୍ଧାରୁ ସର୍ବାଧିକ ୫୪୫ ଜଣ ସୁସ୍ଥ ହୋଇଛନ୍ତି ।

ସେହିପରି କଟକରୁ ୪୦୪, ପୁରୀରୁ ୨୯୮, ଜଗତସିଂହପୁରରୁ ୨୧୨, ଯାଜପୁରରୁ ୧୬୭, ମୟୂରଭଞ୍ଜରୁ ୧୫୯, ସମ୍ବଲପୁରରୁ ୧୫୭, ଅନୁଗୁଳରୁ ୧୪୩, ବାଲେଶ୍ୱରରୁ ୧୩୧, କନ୍ଧମାଳରୁ ୧୩୦, ଝାରସୁଗୁଡାରୁ ୧୨୪, କେନ୍ଦ୍ରାପଡାରୁ ୧୧୯, ବରଗଡ ଓ ବୌଦ୍ଧରୁ ୧୧୩, କଳାହାଣ୍ଡିରୁ ୯୦, ଢେଙ୍କାନାଳ ଓ ନବରଙ୍ଗପୁରରୁ ୮୬, କୋରାପୁଟରୁ ୮୧, ନୂଆପଡାରୁ ୮୦, ସୋନପୁରରୁ ୭୮, ବଲାଙ୍ଗିର ୭୫, ଭଦ୍ରକ ଓ କେନ୍ଦୁଝରରୁ ୭୩, ସୁନ୍ଦରଗଡରୁ ୬୮, ମାଲକାନଗିରିରୁ ୫୩, ନୟାଗଡରୁ ୪୨, ଗଞ୍ଜାମ ଓ ରାୟଗଡରୁ ୪୧, ଗଜପତିରୁ ୩୧, ଦେବଗଡରୁ ୧୨, ଷ୍ଟଟପୋଲ ୧୮୯ ସୁସ୍ଥ ହୋଇଛନ୍ତି ।

ଆଜି ରାଜ୍ୟରୁ ୩ ହଜାର ୨୩୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅର୍ଥାତ ଆଜି ରାଜ୍ୟରେ ସୁସ୍ଥ ସଂଖ୍ୟା ଅଧିକ ରହିଛି ।