ଓଡିଶା ପାଇଁ ଖୁସି ଖବର । ଆଜି ରାଜ୍ୟରୁ ସୁସ୍ଥ ହେଲେ ୩ ହଜାର ୮୮୫ ଆକ୍ରାନ୍ତ । ଏହାସହ ୨ ଲକ୍ଷ ୨୪ ହଜାର ୨୭୩ରେ ପହଞ୍ଚିଲା ସୁସ୍ଥ ସଂଖ୍ୟା ।

263

କନକ ବ୍ୟୁରୋ : ଆକ୍ରାନ୍ତ ଭିତରେ ଓଡିଶା ପାଇଁ ଭଲ ଖବର । ରାଜ୍ୟରେ ସୁସ୍ଥ ହେଲେ ଆଉ ୩ ହଜାର ୮୮୫ ଆକ୍ରାନ୍ତ । ଏହାସହ ରାଜ୍ୟରେ ସୁସ୍ଥ ସଂଖ୍ୟା ୨ ଲକ୍ଷ ୨୪ ହଜାର ୨୭୩ରେ ପହଞ୍ଚିଛି । ଏନେଇ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।

ଖୋର୍ଦ୍ଧାରୁ ୧,୧୪୩, କଟକରୁ୩୨୫, ପୁରୀରୁ ୧୯୨, ବାଲେଶ୍ୱରରୁ ୧୩୩, ମୟୂରଭଞ୍ଜ ୧୨୯, ସମ୍ବଲପୁରରୁ ୭୨, କେନ୍ଦୁଝରରୁ ୧୨୪, ବରଗଡରୁ ୮୧, ଯାଜପୁରରୁ ୧୨୬, କେନ୍ଦ୍ରାପଡାରୁ ୧୨୨, ଭଦ୍ରକରୁ ୬୪, ଜଗତସିଂହପୁରରୁ ୭୨, ଝାରସୁଗୁଡାରୁ ୧୫୯, ଅନୁଗୁଳରୁ ୧୯, ନୂଆପଡାରୁ ୮୦, ନୟାଗଡରୁ ୫୨, କଳାହାଣ୍ଡିରୁ ୧୧୨, କନ୍ଧମାଳରୁ ୫୯, ବଲାଙ୍ଗିରରୁ ୧୦୩, ଢେଙ୍କାନାଳରୁ ୭୯, ସୁନ୍ଦରଗଡରୁ ୧୨୧, କୋରାପୁଟରୁ ୪୮, ନବରଙ୍ଗପୁରରୁ ୫୬, ଗଞ୍ଜାମ ୪୨, ସୋନପୁରରୁ ୫୦, ମାଲକାନଗିରିରୁ ୨୬, ବୌଦ୍ଧରୁ ୨୬, ଗଜପତିରୁ ୧୫, ଦେବଗଡରୁ ୧୬ ଓ ରାୟଗଡାରୁ ୭୦ ଜଣ ସୁସ୍ଥ ହୋଇଛନ୍ତି ।

ଏହାସହ ରାଜ୍ୟରେ ୨ ଲକ୍ଷ ୨୪ ହଜାର ୨୭୩ରେ ପହଞ୍ଚିଛି ସୁସ୍ଥ ସଂଖ୍ୟା । ସେହିପରି ପଜିଟିଭ ସଂଖ୍ୟା ୨ ଲକ୍ଷ ୪୯ ହଜାର ୬୯୩ରେ ପହଞ୍ଚିଛି । ଅନ୍ୟପକ୍ଷରେ ୨୮ ହଜାର ୨୪୬ ଜଣ ସକ୍ରିୟ ରହିଛନ୍ତି ।