କରୋନାକୁ ନେଇ ଆଶ୍ୱସ୍ତିକର ଖବର । ରାଜ୍ୟରେ ସୁସ୍ଥ ହେଲେ ଆଉ ୩ ହଜାର ୮୩୪ ଆକ୍ରାନ୍ତ । ରାଜ୍ୟରେ ମୋଟ ୧ ଲକ୍ଷ ୫୩ ହଜାର ୨୧୩ରେ ପହଞ୍ଚିଲା ସୁସ୍ଥ ସଂଖ୍ୟା

Advertisment
କରୋନାକୁ ନେଇ ଆଶ୍ୱସ୍ତିକର ଖବର । ରାଜ୍ୟରେ ସୁସ୍ଥ ହେଲେ ଆଉ ୩ ହଜାର ୮୩୪ ଆକ୍ରାନ୍ତ । ରାଜ୍ୟରେ ମୋଟ ୧ ଲକ୍ଷ ୫୩ ହଜାର ୨୧୩ରେ ପହଞ୍ଚିଲା ସୁସ୍ଥ ସଂଖ୍ୟା

କନକ ବ୍ୟୁରୋ : କରୋନାକୁ ନେଇ ଦିନକୁ ଦିନ ଡର ବଢୁଥିବା ବେଳେ ଏହା ମଧ୍ୟରେ ଏକ ଆଶ୍ୱସ୍ତିକର ଖବର ଆସିଛି । ଆଜି ରାଜ୍ୟରେ ମୋଟ ୩ ହଜାର ୮୩୪ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାସହ ରାଜ୍ୟରେ ମୋଟ ୧ ଲକ୍ଷ ୫୩ ହଜାର ୨୧୩ରେ ପହଞ୍ଚିଛି ସୁସ୍ଥ ସଂଖ୍ୟା ।

ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ମୋଟ ୫୨୫ ଜଣ ସୁସ୍ଥ ହୋଇଥିବା ବେଳେ କଟକରୁ ୩୮୯, ପୁରୀରୁ ୨୭୪, ଅନୁଗୁଳରୁ ୨୧୦, ବରଗଡରୁ ୧୯୦, ବାଲେଶ୍ୱରରୁ ୧୮୫, ବଲାଙ୍ଗିରରୁ ୧୮୩, କେନ୍ଦ୍ରାପଡାରୁ ୧୫୬, କଳାହାଣ୍ଡିରୁ ୧୫୦, ସମ୍ବଲପୁରରୁ ୧୩୮, ଜଗତସିଂହପୁରରୁ ୧୨୩, ମୟୂରଭଞ୍ଜରୁ ୧୨୨, ଯାଜପୁରରୁ ୧୧୮, କନ୍ଧମାଳ ଓ ସନ୍ଦରଗଡରୁ ୧୧୦ ଲେଖାଏଁ, ନବରଙ୍ଗପୁରରୁ ୯୭, ସୋନପୁରରୁ ୯୩, ନୂଆପଡାରୁ ୯୧, କୋରାପୁଟରୁ ୭୪, ଝାରସୁଗୁଡାରୁ ୭୦, କେନ୍ଦୁଝରରୁ ୫୫, ନୟାଗଡରୁ ୫୫, ନୟାଗଡରୁ ୫୫, ଭଦ୍ରକରୁ ୫୩, ବୌଦ୍ଧରୁ ୪୧, ମାଲକାନଗିରିରୁ ୨୭, ରାୟଗଡାରୁ ୨୨, ଦେବଗଡରୁ ୨୦, ଢେଙ୍କାନାଳ ଓ ଗଞ୍ଜାମରୁ ୧୭ ଜଣ ଲେଖାଏଁ, ଗଜପତିରୁ ୧୩ ଜଣ ଚିହ୍ନଟ ହୋଇଛନ୍ତି ।

ସେହିପରି ଆଜି ରାଜ୍ୟରୁ ୪ ହଜାର ୧୮୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୧ ଜଣଙ୍କ ମୃତ୍ୟୁ ହୋଇଛି । ଆକ୍ରାନ୍ତଙ୍କ ସହ ସୁସ୍ଥ ସଂଖ୍ୟା ମଧ୍ୟ ଧିରେ ଧିରେ ବଢି ଚାଲିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe