କନକ ବ୍ୟୁରୋ : ଖୋର୍ଦ୍ଧା ଜିଲ୍ଲାରୁ ୭୪୪ ଜଣଙ୍କ ସମେତ ଆଜି ରାଜ୍ୟରୁ ମୋଟ ୩୭୧୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥି ସହିତ ରାଜ୍ୟରେ କରୋନା ଭାଇରସ ମହାମାରୀରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୨୫ ହଜାର ୭୩୮କୁ ବୃଦ୍ଧି ପାଇଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ପ୍ରଦାନ କରାଯାଇଛି ।
ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ବରଗଡ଼ ଜିଲ୍ଲାରୁ ଆଜି ଦ୍ୱିତୀୟ ସର୍ବାଧିକ ୩୯୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କଟକ ଜିଲ୍ଲାରୁ ୩୭୫ ଜଣ, ଯାଜପୁର ଜିଲ୍ଲାରୁ ୨୪୨ ଜଣ, ପୁରୀ ଜିଲ୍ଲାରୁ ୨୦୧ ଜଣ, ମୟୂରଭଂଜ ଜିଲ୍ଲାରୁ ୧୫୨ ଜଣ, ଝାରସୁଗୁଡ଼ାରୁ ୧୧୭ ଜଣ, ବାଲେଶ୍ୱର, କୋରାପୁଟ ଜିଲ୍ଲାରୁ ୧୧୫ ଜଣ ଲେଖାଏଁ ଓ କନ୍ଧମାଳ ଜିଲ୍ଲାରୁ ୧୦୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।
ସେହିପରି ଜଗତସିଂହପୁର ଜିଲ୍ଲାରୁ ୯୩ ଜଣ, ଗଂଜାମ ଜିଲ୍ଲାରୁ ୯୨ ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୮୮ ଜଣ, ସୁବର୍ଣ୍ଣପୁର, ସୁନ୍ଦରଗଡ଼ ଜିଲ୍ଲାରୁ ୮୪ ଜଣ ଲେଖାଏଁ, ବଲାଙ୍ଗୀର ଜିଲ୍ଲାରୁ ୭୫ ଜଣ, ଅନୁଗୁଳ ଜିଲ୍ଲାରୁ ୭୨ ଜଣ, ସମ୍ବଲପୁର ଜିଲ୍ଲାରୁ ୭୧ ଜଣ, ନୟାଗଡ଼ ଜିଲ୍ଲାରୁ ୭୦ ଜଣ, କେନ୍ଦୁଝର ଜିଲ୍ଲାରୁ ୬୦ ଜଣ, ନବରଙ୍ଗପୁର ଜିଲ୍ଲାରୁ ୫୯ ଜଣ, ନୂଆପଡ଼ା ଜିଲ୍ଲାରୁ ୫୩ ଜଣ, କଳାହାଣ୍ଡି ଜିଲ୍ଲାରୁ ୪୮ ଜଣ, ଦେବଗଡ଼ ଜିଲ୍ଲାରୁ ୪୩ ଜଣ, ଗଜପତି ଜିଲ୍ଲାରୁ ୩୮ ଜଣ, ଭଦ୍ରକ, ଢେଙ୍କାନାଳ ଜିଲ୍ଲାରୁ ୩୪-୩୪ ଜଣ, ମାଲକାନଗିରି ଜିଲ୍ଲାରୁ ୨୨ ଜଣ, ବୌଦ୍ଧ ଜିଲ୍ଲାରୁ ୧୯ ଜଣ ଓ ରାୟଗଡ଼ା ଜିଲ୍ଲାରୁ ୧୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/09/21-11.jpg)