ରାଜ୍ୟ ପାଇଁ ଭଲ ଖବର । ଆଜି ସୁସ୍ଥ ହେଲେ ଆଉ ୩ ହଜାର ୩୪୨ ଜଣ ଆକ୍ରାନ୍ତ । ୨ ଲକ୍ଷ ୨୭ ହଜାର ୬୧୫ରେ ପହଞ୍ଚିଲା ସୁସ୍ଥ ସଂଖ୍ୟା ।

187

କନକ ବ୍ୟୁରୋ : ଆଜି ରାଜ୍ୟରୁ ୩ ହଜାର ୩୪୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୨୭ ହଜାର ୬୧୫କୁ ବୃଦ୍ଧି ପାଇଛି। ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୧୧ ଜଣ ସୁସ୍ଥ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ କଟକ ଜିଲ୍ଲାରୁ ଆଜି ୩୬୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ମୟୂରଭଂଜ ଜିଲ୍ଲାରୁ ୩୬୨ ଜଣ, ଅନୁଗୁଳ ଜିଲ୍ଲାରୁ ୨୮୮ ଜଣ, ଯାଜପୁର ଜିଲ୍ଲାରୁ ୧୫୫ ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୩୧ ଜଣ, ବରଗଡ଼ ଜିଲ୍ଲାରୁ ୧୦୪ ଜଣ ଓ ପୁରୀ ଜିଲ୍ଲାରୁ ୧୦୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସେହିପରି ସମ୍ବଲପୁର ଜିଲ୍ଲାରୁ ୯୩ ଜଣ, କେନ୍ଦୁଝର ଜିଲ୍ଲାରୁ ୮୯ ଜଣ, ଭଦ୍ରକ ଜିଲ୍ଲାରୁ ୮୪ ଜଣ, ବଲାଙ୍ଗୀର ଜିଲ୍ଲାରୁ ୮୨ ଜଣ, ଜଗତସିଂହପୁର ଜିଲ୍ଲାରୁ ୭୬ ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୭୨ ଜଣ, ବୌଦ୍ଧ ଜିଲ୍ଲାରୁ ୬୪ ଜଣ, ସୁବର୍ଣ୍ଣପୁର ଜିଲ୍ଲାରୁ ୫୩ ଜଣ ଓ ଝାରସୁଗୁଡ଼ା ଜିଲ୍ଲାରୁ ୫୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ନୟାଗଡ଼ ଜିଲ୍ଲାରୁ ଆଜି ୪୮ ଜଣ, କଳାହାଣ୍ଡି ଜିଲ୍ଲାରୁ ୪୭ ଜଣ, କନ୍ଧମାଳ ଜିଲ୍ଲାରୁ ୪୬ ଜଣ, ଗଂଜାମ, ନୂଆପଡ଼ା ଜିଲ୍ଳାରୁ ୪୨ ଜଣ ଲେଖାଏଁ, ଢେଙ୍କାନାଳ ଜିଲ୍ଲାରୁ ୪୦ ଜଣ, କୋରାପୁଟ ଜିଲ୍ଲାରୁ ୩୯ ଜଣ, ମାଲକାନଗିରି ଜିଲ୍ଲାରୁ ୩୫ ଜଣ, ବାଲେଶ୍ୱର ଜିଲ୍ଲାରୁ ୩୪ ଜଣ, ଦେବଗଡ଼ ଜିଲ୍ଲାରୁ ୨୨ ଜଣ, ରାୟଗଡ଼ା ଜିଲ୍ଲାରୁ ୧୪ ଜଣ, ନବରଂଗପୁର ଜିଲ୍ଲାରୁ ୧୩ ଜଣ, ଗଜପତି ଜିଲ୍ଲାରୁ ୧୦ ଜଣ ଓ ରାଜ୍ୟପୁଲରୁ ୨୨୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।