ଆଜି ଭୁବନେଶ୍ୱରରୁ ଆଉ ୩୨୯ ପଜିଟିଭ ଚିହ୍ନଟ । କ୍ୱାରେଣ୍ଟାଇନ ସେଣ୍ଟରରୁ ୧୧୦, ଲୋକାଲ କଣ୍ଟାକ୍ଟ ୨୧୯ । ସେପଟେ ସୁସ୍ଥ ହେଲେ ୩୪୧ ।

90

କନକ ବ୍ୟୁରୋ : ଆଜି ଭୁବନେଶ୍ୱରରୁ ୩୨୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନ ସେଣ୍ଟରରୁ ୧୧୦ ଚିହ୍ନଟ ହୋଇଥିବା ବେଳେ ଲୋକାଲ କଣ୍ଟାକ୍ଟରୁ ୨୨୯ ଜଣ ଚିହ୍ନଟ ହୋଇଛନ୍ତି । ଏହା ମଧ୍ୟରେ ଏକ ଭଲ ଖବର ମଧ୍ୟ ଆସିଛ । ଆଜି ଭୁବନେଶ୍ୱରରୁ ୩୪୧ ଜଣ ସୁସ୍ଥ ହୋଇଛନ୍ତି ।

ଆଜି ଖୋର୍ଦ୍ଧାରୁ ୫୬୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏମାନଙ୍କ ମଧ୍ୟରୁ କେବଳ ଭୁବନେଶ୍ୱରରୁ ୩୨୯ ଜଣ ଚିହ୍ନଟ ହୋଇଛନ୍ତି । ଏହି ସଂଖ୍ୟାକୁ ଦେଖିଲେ ଜଣାପଡୁଛି ଯେ ବର୍ତ୍ତମାନ ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ରହୁଛି ।

ଏହାସହ ଭୁବନେଶ୍ୱରରେ ୨୨ ହଜାର ୮୭୬ରେ ପହଞ୍ଚିଛି କରୋନା ଆକ୍ରାନ୍ତ ସଂଖ୍ୟା । ସେହିପରି୧୯ ହଜାର ୨୫୫ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୩ ହଜାର ୫୦୨ ଏବେ ବି ସକ୍ରିୟ ରହିଛନ୍ତି ।