ଆଜି ଭୁବନେଶ୍ୱରରୁ ଆଉ ୩୨୧ ପିଜିଟିଭ୍ ଚିହ୍ନଟ । କ୍ୱାରେଣ୍ଟାଇନ ସେଣ୍ଟରରୁ ୮୩, ଲୋକାଲ କଣ୍ଟାକ୍ଟ ୨୩୮ ଚିହ୍ନଟ । ସେପଟେ ସୁସ୍ଥ ହେଲେ ୩୩୧ ଜଣ । 

100

କନକ ବ୍ୟୁରୋ : ଭୁବନେଶ୍ୱରରେ ମାଡିଚାଲିଛି କରୋନା ଭୂତାଣୁ । ଆଜି ଭୁବନେଶ୍ୱରରୁ ୩୨୧ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୮୩ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଥିବା ବେଳେ ୨୩୮ ଜଣ ଲୋକାଲ କଣ୍ଟାକ୍ଟ ରହିଛନ୍ତି । ସେହିପରି ଆଜି ୩୩୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ଆଜି ଖୋର୍ଦ୍ଧାରୁ ୩୯୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସେମାନଙ୍କ ମଧ୍ୟରୁ କେବଳ ଭୁବନେଶ୍ୱରରୁ ୩୨୧ ଜଣ ରହିଛନ୍ତି । ଅର୍ଥାତ ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ରହିଛି । ଅନ୍ୟପକ୍ଷରେ ଏଥିରେ ଅଧିକ ସ୍ଥାନୀୟ ସଂକ୍ରମଣ ରହିଛି । ତେଣୁ ଭୁବନେଶ୍ୱରରେ ଏବେ ଯାଏଁ କରୋନାର କାୟା ଜାରି ରହିଛି ।

ଏହାସହ ଏବେ ଭୁବନେଶ୍ୱରରେ ୨୫ ହଜାର ୧୭୪ରେ ପହଞ୍ଚିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ସେହିପରି ୨୧ ହଜାର ୫୪୫ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୧୪ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ୩ ହଜାର ୪୯୪ ଜଣ ସକ୍ରିୟ ରହିଛନ୍ତି ।