ଆଜି ଭୁବନେଶ୍ୱରରୁ ଆଉ ୩୧୯ ଆକ୍ରାନ୍ତ ଚିହ୍ନଟ । କ୍ୱାରେଣ୍ଟାଇନ ସେଣ୍ଟରରୁ ୯୨, ଲୋକାଲ କଣ୍ଟାକ୍ଟ କେସ ୨୨୭ ଚିହ୍ନଟ । ସେପଟେ ସୁସ୍ଥ ହେଲେ ୩୧୫ ଆକ୍ରାନ୍ତ ।

65

କନକ ବ୍ୟୁରୋ : ଆଜି ଭୁବନେଶ୍ୱରରୁ ଆଉ ୩୧୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୯୨ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୨୨୭ ଜଣ ଲୋକାଲ କଣ୍ଟାକ୍ଟ କେସ ଚିହ୍ନଟ ହୋଇଛନ୍ତି । ସେପଟେ ଆଜି ଭୁବନେଶ୍ୱରରେ ୩୧୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ ବୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ମିଳିଛି ।

ଆଜି ଖୋର୍ଦ୍ଧାରୁ ୫୦୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କେବଳ ଭୁବନେଶ୍ୱରରୁ ୩୧୯ ଜଣ ରହିଛନ୍ତି । ଅର୍ଥାତ ଏବେ ଯାଏଁ ମଧ୍ୟ ଭୁବନେଶ୍ୱରରେ କରୋନାର ପ୍ରଭାବ ଜାରି ରହିଛି । ରାଜ୍ୟରେ ଏବେ ଖୋର୍ଦ୍ଧା ଜିଲ୍ଲା ହଟସ୍ପଟ ହୋଇଥିବା ବେଳେ ଭୁବନେଶ୍ୱରରୁ ଅଧିକାଶଂ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ।

ଏହାସହ ଭୁବନେଶ୍ୱରରେ ୨୩ ହଜାର ୫୪୯ରେ ପହଞ୍ଚିଛି କରୋନା ଆକ୍ରାନ୍ତ ସଂଖ୍ୟା । ୧୯ ହଜାର ୬୮୮ ଜଣ ସୁସ୍ଥ ହୋଇଥିବା ବେଳେ ୧୦୪ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ୩ ହଜାର ୫୩୭ ଜଣ ସକ୍ରିୟ ରହିଛନ୍ତି ।