ଭୁବନେଶ୍ୱରରେ କମ ଆକ୍ରାନ୍ତ, ଅଧିକ ସୁସ୍ଥ । ଆଜି ୩୧୯ ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ଘରକୁ ଫେରିଲେ ୩୫୩

Advertisment
ଆଜି ଭୁବନେଶ୍ୱରରୁ ଆଉ ୩୨୧ ପିଜିଟିଭ୍ ଚିହ୍ନଟ । କ୍ୱାରେଣ୍ଟାଇନ ସେଣ୍ଟରରୁ ୮୩, ଲୋକାଲ କଣ୍ଟାକ୍ଟ ୨୩୮ ଚିହ୍ନଟ । ସେପଟେ ସୁସ୍ଥ ହେଲେ ୩୩୧ ଜଣ । 

କନକ ବ୍ୟୁରୋ : ଭୁବନେଶ୍ୱରରେ କମୁଛି ଆକ୍ରାନ୍ତ ସଂଖ୍ୟା । ଗତ କିଛି ଦିନ ହେବ ଭୁବନେଶ୍ୱରରୁ କମ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ଅଧିକ ରୋଗୀ ସୁସ୍ଥ ହେଉଛନ୍ତି । ସେହିପରି ଆଜି ଭୁବନେଶ୍ୱରରୁ ୩୧୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୫୩ ଜଣ ସୁସ୍ଥ ହୋଇଛନ୍ତି ।

ଆଜି ରାଜ୍ୟରେ ୪ ହଜାର ୩୫୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସେଥିରୁ ଖୋର୍ଦ୍ଧାରୁ ୯୦୨ ଜଣ ଖୋର୍ଦ୍ଧାରୁ ରହିଥିଲେ । ତେବେ ଖୋର୍ଦ୍ଧାରୁ ୯୦୨ ମଧ୍ୟରୁ ଭୁବନେଶ୍ୱରରୁ ୩୧୯ ଜଣ ରହିଛନ୍ତି । ଏହି ସଂଖ୍ୟାକୁ ଦେଖିଲେ ଅନୁମାନ କରିହେବ ଯେ ରାଜଧାନୀରେ ସଂକ୍ରମଣ କମୁଛି ।

ଏହାସହ ଭୁବନେଶ୍ୱରରେ ବର୍ତ୍ତମାନ ଆକ୍ରାନ୍ତଙ୍କ ସଂଖ୍ୟା ୨୦ ହଜାର ୫୩୮ରେ ପହଞ୍ଚିଛି । ସେହିପରି ୧୬ ହଜାର ୮୬୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ୮୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ହଜାର ୫୭୪ ଜଣ ସକ୍ରିୟ ରହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe