ଭୁବନେଶ୍ୱରରେ ମାଡି ଚାଲିଛି କରୋନା । ଆଜି ଆଉ ୩୧୬ ପିଜିଟିଭ୍ ଚିହ୍ନଟ । କ୍ୱାରେଣ୍ଟାଇନ ସେଣ୍ଟରରୁ ୮୪, ଲୋକାଲ କଣ୍ଟାକ୍ଟ ୨୩୨ ଚିହ୍ନଟ । ସେପଟେ ସୁସ୍ଥ ହେଲେ ୩୨୬ ଜଣ ।

90

କନକ ବ୍ୟୁରୋ : ଭୁବନେଶ୍ୱରରେ ମାଡିଚାଲିଛି କରୋନା ଭୂତାଣୁ । ଆଜି ଭୁବନେଶ୍ୱରରୁ ୩୧୬ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୮୪ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଥିବା ବେଳେ ୨୩୨ ଜଣ ଲୋକାଲ କଣ୍ଟାକ୍ଟ ରହିଛନ୍ତି । ସେହିପରି ଆଜି ୩୨୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ଆଜି ଖୋର୍ଦ୍ଧାରୁ ୪୮୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସେମାନଙ୍କ ମଧ୍ୟରୁ କେବଳ ଭୁବନେଶ୍ୱରରୁ ୩୧୬ ଜଣ ରହିଛନ୍ତି । ଅର୍ଥାତ ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ରହିଛି । ଅନ୍ୟପକ୍ଷରେ ଏଥିରେ ଅଧିକ ସ୍ଥାନୀୟ ସଂକ୍ରମଣ ରହିଛି । ତେଣୁ ଭୁବନେଶ୍ୱରରେ ଏବେ ଯାଏଁ କରୋନାର କାୟା ଜାରି ରହିଛି ।

ଏହାସହ ଏବେ ଭୁବନେଶ୍ୱରରେ ୨୪ ହଜାର ୮୫୩ରେ ପହଞ୍ଚିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ସେହିପରି ୨୧ ହଜାର ୨୧୪ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୧୧ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ୩ ହଜାର ୫୦୭ ଜଣ ସକ୍ରିୟ ରହିଛନ୍ତି ।