ଭୁବନେଶ୍ୱରରେ କମୁଛି ସଂକ୍ରମଣ । ଆଜି ୩୧ ପଜିଟିଭ୍ ଚିହ୍ନଟ । ସେପଟେ ସୁସ୍ଥ ହେଲେ ଆଉ ୪୦ ଜଣ

Advertisment
ରାଜ୍ୟରୁ ୩୨୪ କରୋନା ଆକ୍ରାନ୍ତ ସୁସ୍ଥ । ଏହାସହ ୩ ଲକ୍ଷ ୨୪ ହଜାର ୩୯୨ରେ ପହଞ୍ଚିଲା ସୁସ୍ଥ ସଂଖ୍ୟା ।

କନକ ବ୍ୟୁରୋ : ରାଜଧାନୀ ଭୁବନେଶ୍ୱରରେ କମୁଛି ସଂକ୍ରମଣ । ଆଜି ଭୁବନେଶ୍ୱରରେ ୩୧ ଜଣ ନୂଆ ପିଜିଟିଭ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ୩୧ ଜଣଙ୍କ ମଧ୍ୟରୁ ୬ ଜଣ କ୍ୱାରେଣ୍ଟାଇନ ଓ ୨୫ ଜଣ ଲୋକାଲ କେସ ଚିହ୍ନଟ ହୋଇଛନ୍ତି । ସେହିପରି ୪୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ଆଜି ଭୁବନେଶ୍ୱରର ବରମୁଣ୍ଡା, ଡମଣା, ଜୟଦେବ ବିହାର, ଝାରପଡା, ନିଳାଦ୍ରୀବିହାର ଅଞ୍ଚଳରୁୁ ଜଣେ ଲେଖାଏଁ, ବମିଖାଲ, ଲଖ୍ମୀସାଗର, ରସୁଲଗଡ, ଓଲ୍ଡଟାଉନ ଅଞ୍ଚଳରୁ ୨ ଜଣ ଲେଖାଏଁ, ଚନ୍ଦ୍ରଶେଖରପୁର, ନୟାପଲ୍ଲୀ ଅଞ୍ଚଳରୁ ୩ ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି ।

ସେହିପରି ରାଜଧାନୀ ଭୁବନେଶ୍ୱରରେ ୩୦,୯୨୬ରେ ପହଞ୍ଚିଛି ମୋଟ ଆକ୍ରାନ୍ତଙ୍କ ସଂଖ୍ୟା । ସେହିପରି ୩୦,୩୧୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଆଉ ୩୬୬ ଜଣ ସକ୍ରିୟ ଥିବା ବେଳେ ୨୨୫ ଜଣଙ୍କ ମୃତ୍ୟୁ ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe