ଓଡିଶା ପାଇଁ ଖୁସି ଖବର । ସୁସ୍ଥ ହେଲେ ସର୍ବାଧିକ ୪ ହଜାର ୭୬୧ ଜଣ । ମୋଟ ସୁସ୍ଥ ସଂଖ୍ୟା ୧ ଲକ୍ଷ ୭୦ ହଜାର ୧୯୨କୁ ବୃଦ୍ଧି

346

କନକ ବ୍ୟୁରୋ : ଓଡ଼ିଶା ପାଇଁ ଖୁସି ଖବର । ସବୁ ରେକର୍ଡ ଭାଙ୍ଗିଲା ସୁସ୍ଥ ସଂଖ୍ୟା । ରାଜ୍ୟରେ ସୁସ୍ଥ ହେଲେ ୪ ହଜାର ୭୬୧ କରୋନା ଆକ୍ରାନ୍ତ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧ ହଜାର ୧୭୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କଟକ ଜିଲ୍ଲାରୁ ୪୧୧ ଜଣ, ପୁରୀ ଜିଲ୍ଲାରୁ ୧୦୯ ଜଣ, ନୂଆପଡ଼ା ଜିଲ୍ଲାରୁ ୫୩ ଜଣ, ବରଗଡ଼ ଜିଲ୍ଲାରୁ ୧୪୧ ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୯୨ ଜଣ, ଯାଜପୁର ଜିଲ୍ଲାରୁ ୧୪୨ ଜଣ, ଅନୁଗୁଳ ଜିଲ୍ଲାରୁ ୧୦୧ ଜଣ, ବାଲେଶ୍ୱର ଜିଲ୍ଲାରୁ ୧୩୭ ଜଣ, ରାୟଗଡ଼ା ଜିଲ୍ଲାରୁ ୫୧ ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୧୬୭ ଜଣ, କନ୍ଧମାଳ ଜିଲ୍ଲାରୁ ୮୯ ଜଣ, ଜଗତସିଂହପୁର ଓ ସୋନପୁରରୁ ୧୦୩, ନବରଙ୍ଗପୁର ଜିଲ୍ଲାରୁ ୧୧୪ ଜଣ, ସମ୍ବଲପୁର ଜିଲ୍ଲାରୁ ୯୧ ଜଣ, ମୟୂରଭଂଜ ଜିଲ୍ଲାରୁ ୨୧୬ ଜଣ, ବୌଦ୍ଧ ଜିଲ୍ଲାରୁ ୬୧ ଓ କେନ୍ଦ୍ରାପଡ଼ା ଜିଲ୍ଲାରୁ ୮୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ସେହିପରି ଭଦ୍ରକ ଜିଲ୍ଲାରୁ ୮୬ ଜଣ, କୋରାପୁଟ ଜିଲ୍ଲାରୁ ୧୦୨ ଜଣ, କେନ୍ଦୁଝର ଜିଲ୍ଲାରୁ ୯୦ ଜଣ, ଢେଙ୍କାନାଳ ଜିଲ୍ଲାରୁ ୯୮ ଜଣ, ଗଂଜାମ ଜିଲ୍ଲାରୁ ୫୬ ଜଣ, ବଲାଙ୍ଗୀର ଜିଲ୍ଲାରୁ ୬୫ ଜଣ, ନୟାଗଡ଼ ଜିଲ୍ଲାରୁ ୪୨ ଜଣ, କଳାହାଣ୍ଡି ଜିଲ୍ଲାରୁ ୯୭ ଜଣ, ମାଲକାନଗିରି ଜିଲ୍ଲାରୁ ୬୬ ଜଣ, ଗଜପତି ଜିଲ୍ଲାରୁ ୧୩ ଜଣ, ଦେବଗଡ଼ ଜିଲ୍ଲାରୁ ୧୬ ଜଣ ଓ ରାଜ୍ୟପୁଲରୁ ୫୮୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ତେବେ ନୂଆ ସୁସ୍ଥଙ୍କୁ ମିଶାଇ ରାଜ୍ୟରେ ଏଯାଏଁ ମୋଟ ୧ ଲକ୍ଷ ୭୦ ହଜାର ୧୯୨ ଜଣ ସୁସ୍ଥ ହୋଇ ସାରିଲେଣି ବୋଲି ଟ୍ୱିଟ୍ କରି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ ।